ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର " ମତ ଓ ମନ୍ତବ୍ୟ " କାର୍ଯ୍ୟକ୍ରମ ଶୁଭାରଂମ୍ଭ ।
ଭୁବନେଶ୍ୱର (ମଣିଭଦ୍ରା ଖବର) ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ " ମତ ଓ ମନ୍ତବ୍ୟ " କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ନିମାପଡା ଖଣ୍ଡରେ ଅନୁଷ୍ଠିତ ହୋଇଯାଇଛି l ସଂଯୋଜକ ଅଧ୍ୟାପକ ଜୀବନ ଦାଶଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ସଦସ୍ୟ ପ୍ରଫେସର ଗୋପୀନାଥ କର ଯୋଗଦେଇ ସଂଘର ଦାବି ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ପାଇଁ ଏକ ନୂତନ ଅନୁଦାନ ନୀତି ପ୍ରଣୟନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ନିବେଦନ କରିଥିଲେ l ସୂଚନା ଥାଉକି ସଂଘ ଏକମାତ୍ର ଦାବି ୨୦୦୮ ପରବର୍ତ୍ତୀ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ ପାଇଁ ଦୀର୍ଘ ୪୯୭ ଦିନ ଲୋୟର ପିଏମଜିରେ ଅହୋରାତ୍ର ଧାରଣା, ଅନେକ ମହାସମାବେଶ ପରେ ମଧ୍ୟ ପୂର୍ବ ସରକାର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ଆଳ ଦେଖାଇ ଦାବି ପ୍ରତି କର୍ଣ୍ଣପାତ କରିନଥିଲେ l ଯାହା ଫଳରେ ସଂଘର ନିଷ୍ପତି କ୍ରମେ ଦସ୍ତଖତ ଅଭିଯାନ ମାଧ୍ୟମରେ ଦେଢ଼ ଲକ୍ଷ ଲୋକଙ୍କ ଦସ୍ତଖତ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା l ପରେ ପବିତ୍ର ଶ୍ରୀପଞ୍ଚମୀ ଠାରୁ " ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ " ପ୍ରାରମ୍ଭ କରାଯାଇ ଓଡିଶାର କୋଣ ଅନୁକୋଣରୁ ଦେଢ଼ କୋଟି ଲୋକଙ୍କ ପାଖରେ ପହଂଚିବାର ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment