BREAKING
Loading...
:

ବୁଡ଼ାଗୁଡ଼ା ପଞ୍ଚାୟତ ର ଅନେକ ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ କୃମିନାଶକ ଦିବସ ପାଳିତ

 ବୁଡ଼ାଗୁଡ଼ା ପଞ୍ଚାୟତ ର  ଅନେକ  ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ  କୃମିନାଶକ ଦିବସ ପାଳିତ

ରାୟଗଡ଼ା (ମଣିଭଦ୍ରା ଖବର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ର  ଅନେକ  ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ  କୃମିନାଶକ ଦିବସ ପାଳିତ ହୋଇଯାଇଛି।ଏହା ପ୍ରତ୍ୟେକ  ବର୍ଷର ଫେବ୍ରୁଆରି ମାସ ୧୦ ତାରିଖ ଏଵଂ ଅଗଷ୍ଟ  ମାସ 10 ତାରିଖ ପ୍ରତି ୬ ମାସରେ ଥରେ ପାଳନ  କରାଯାଏ ।କୃମି ହେଉଛନ୍ତି  ପରଜିବୀ ଏବଂ ଏମାନେ  ମନୁଷ୍ୟର  ଅନ୍ତନଳୀ ରେ  ରହି  ମନୁଷ୍ୟ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରନ୍ତି। ଏହା  ଖାଲି ପାଦରେ ବାହାରେ ଖେଳିବା, ହାତ ନ ଧୋଇ  ଖାଦ୍ୟ ଖାଇବା, ଖୋଲାରେ ମଳତ୍ୟାଗ କରିବା ଏବଂ ଅପରିଷ୍କାର ପରିବେଶରେ କୃମି ସଂକ୍ରମଣ  ହେବା ଦ୍ଵାରା  ଶିଶୁ 

ଖାଦ୍ୟସାର  ଅଭାବ,  କ୍ଷୁଧା ହୀନତା, ରକ୍ତ ହୀନତା, ଦୁର୍ବଳ ଓ ଅବସାଦ ,ପେଟ ବିନ୍ଧା , ବାନ୍ତି, ଝାଡ଼ା, ଓଜନ ହ୍ରାସ ।

ତେଣୁ କରି କୃମିନାଶକ  ଔଷଧ  ସେବନ କରିବା ଅତ୍ୟନ୍ତ ଆବଶ୍ୟକ ରହିଛି।

ଏହି  ଦିବସ ରେ ଅବସରରେ 1-2 ବର୍ଷ , 2-5 ବର୍ଷ , 6- 19 ବର୍ଷ ଏବଂ 20-24 ବର୍ଷ  ପ୍ରଜନନକ୍ଷମ  ମହିଳାବର୍ଗଙ୍କୁ  କୃମି ଔଷଧ ଖାଇବାପାଇ  ଦିଆ ଗଲା। ଉକ୍ତ କାର୍ଯ୍ୟକ୍ରମରେ  ସି ଏଚ୍ ଓ  ମିନା କୁମାରୀ ସାମଲ, ଆଶା ଦିଦି, ଅଙ୍ଗନବାଡି ଦିଦି ଉପସ୍ଥିତ ରହିଥିଲେ । ବିଭିନ୍ନ ଗ୍ରାମର ଜନସାଧାରଣ ଏଥିରେ ସାମିଲ୍ ହୋଇ ଥିବା ଦେଖିବାକୁ ମିଳିଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS