ଗୋପ ବ୍ଲକ ରେ ବିକଶିତ ଗାଁ ବିକାଶିତ ଓଡିଶା ଯୋଜନା କେତେଦୂର ଫଳପ୍ରଦ ହେଵ ?
ନିମାପଡା (ମଣିଭଦ୍ରା ଖବର) ପୁରୀ ଜିଲ୍ଲା ର ଗୋପ ବ୍ଲକ ରେ 11ଘଟିକା ସମୟରେ ଅନୁଷ୍ଠିତ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମାଲିକ ଅଧକ୍ଷତା କରିଥିବେଳେ ଉପାଧକ୍ଷ ଶ୍ରୀଯୁକ୍ତ ବନରଞ୍ଜନ ପଟ୍ଟନାୟକ ଯୋଜନା ସମ୍ପର୍କ ଅବଗତ କରାଇଥିଲେ l ଠିକ ସେହିପରି ଜଗତସିଂହପୁର ସଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ, ଏଗାର ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ସ୍ଥାନୀୟ ତହସିଲଦାର ଅନିଲ କୁମାର ମହାନ୍ତି, ଅତିରିକ୍ତ ମଣ୍ଡଳ ଉର୍ନୟନ ଅଧିକାରୀ ଦୀପକ କୁମାର ଜେନା ପ୍ରଭୁତି ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଆଉ ଗୋପ ବ୍ଲକ ବିଡ଼ିଓ ଶ୍ରୀମତୀ ଛବିରାଣୀ ସାହି ଙ୍କ ଦ୍ଵାରା କାର୍ଯ୍ୟକ୍ରମ ରେ ବ୍ୟବହୃତ ପ୍ରୋଜେକ୍ଟର ରେ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ହୋଇଥିବା ଦୃଶ୍ୟ କୁ ଅଧିକାଂଶ ମହିଳା ଦେଖିବାରୁ ବଞ୍ଚିତ ଥିଲେ ପ୍ରୋଜେକ୍ଟର ଲାଗିଛି ଗୋଟେ ପଟେ କିନ୍ତୁ ଅଧିକାଂଶ ମହିଳା ଙ୍କ ପାଇଁ ବସିବାର ବ୍ୟବସ୍ତା ହୋଇଥିଲା ଗୋଟେ ପଟେ ଯାହାଫଳରେ କୀ ସିଧା ପ୍ରସାରଣ ରେ କଣ ତାହା ଜାଣିପାରିଲେନାହିଁ l ଅପର ପକ୍ଷରେ ବ୍ଲକ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଦୂରଦର୍ଶନ ମଧ୍ୟରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଉଦ୍ଘାଟନୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ କରିଥିଲେ ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି l ଦୁଃଖ ଓ ପରୀତାର ବିଷୟ ଟି ହେଉଛି ଗୋପ ବ୍ଲକ ରେ ଆୟୋଜିତ କାର୍ଯ୍ୟକ୍ରମ ଦିନ 12 ଟା ସୁଦ୍ଧା ମଧ୍ୟ ହାତ ଗଣତି ମହିଳା ଙ୍କ ବ୍ୟତୀତ ଆଉ କେହିଁ ନାହାନ୍ତି l ଠିକ ସେହିଭଳି ନିର୍ଦ୍ଧିଷ୍ଟ କେତେଜଣ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ଛାଡିଦେଲେ ଉକ୍ତ ସ୍ଥାନରେ କାର୍ଯ୍ୟକ୍ରମ ମୁତାବକ ଉପସ୍ଥିତ ଜନତା ଙ୍କ ସଂଖ୍ୟା କମ ଥିଲା l ଏଠାରେ କାର୍ଯ୍ୟରତ ମଣ୍ଡଳ ଉର୍ଣ୍ଣୟନ ଅଧିକାରିଣୀ ଶ୍ରୀମତୀ ଛବିରାଣୀ ସାହୁ କୌଣସି କାର୍ଯ୍ୟକ୍ରମ ଆରମ୍ବ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚିତ କରୁନାହାନ୍ତି ଯେତେବେଳେ ସାଧାରଣ ଜନତାଙ୍କୁ କିଏ ପଛରେ l ଏଵେ ସାଧାରଣ ରେ ଚର୍ଚ୍ଚା ହେଉଛି ବିଡ଼ିଓ ମାଡାମ ସମସ୍ୟା ଠାରୁ ଦୂରରେ ରୁହନ୍ତି l ସେଥିପାଇଁ ତ କାର୍ଯ୍ୟକ୍ରମ ର ପୂର୍ବରୁ କାହାରିକୁ ସୂଚିତ କରନ୍ତି ନାହିଁ ଏମିତି କୀ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଟି ପ୍ରତି ୩ ମାସରେ ଠାରେ ଅନୁଷ୍ଠିତ ହେବାକଥା ଏଵେ ତାହା ମଧ୍ୟ ହେଉନାହିଁ l ଏହା ଏକ ପ୍ରକାର ର ରୁଗ୍ନମାନସିକତା ନୁହେଁ ତ ଆଉ କଣ ହୋଇଥାଇପାରେ l ମୋଟାମୋଟି କହିବାକୁ ଗଲେ ଅଭିଯୋଗ ଅନୁଯାୟୀ କୌଣସି ସମସ୍ୟାର ସମାଧାନ ହେଉନାହିଁ l ପଞ୍ଚାୟତ ସମିତି ର ମୁଖ୍ୟ ହେଲେ ଅଧକ୍ଷା ତାଙ୍କୁ ମଧ୍ୟ କୌଣସି କାର୍ଯ୍ୟକ୍ରମ ସୂଚତ କରାଯାଉନଥିବା ଅଭିଯୋଗ ଆଣିଥିଲେ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ l ବିଡ଼ିଓ ପୂର୍ବରୁ ଏମିତି ଅନେକ କାର୍ଯ୍ୟ କରି ବେଶ ଚର୍ଚ୍ଚା ଆସିଥିଲେ l ଗୋପ ବ୍ଲକ ପରିସରରେ ଏକ କାର୍ଯ୍ୟକ୍ରମ ରେ ସର୍ବସାଧାରଣଙ୍କ ସମ୍ମୁଖରେ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କୁ ମୁଣ୍ଡିଆ ମାରି ଚର୍ଚ୍ଚା କୁ ଆସିଥିଲେ l ଠିକ ସେହିପରି ଜିଲ୍ଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ମଞ୍ଚ ଠାରୁ ଦୂରରେ ରହିବା ଆଉ କୌଣସି ମତେ ଅଭିଯୋଗକାରୀଙ୍କ ସଂଖ୍ୟା କମ ରହିବ ସଦାବେଳେ ଯୋଜନା ମୁତାବକ କାର୍ଯ୍ୟ କରନ୍ତି ବୋଲି ଶୁଣିବକୁ ମିଳୁଛି l ଯେହେତୁ ଗୋପ ବ୍ଲକ ଟି 31 ଟି ପଞ୍ଚାୟତ ସହିତ କୋଣାର୍କ ବିଜ୍ଞାତ ଅଞ୍ଚଳ କୁ ନେଇ ଗଠିତ ସେହିଅନୁଯାଇ ଲୋକ ସଂଖ୍ୟା ମଧ୍ୟ ରହିଛି l ଯେଉଁଠି ଅଧିକ ସଂଖ୍ୟକ ଲୋକ ସେଠି ସମସ୍ୟା ମଧ୍ୟ ଅଧିକ ଥାଏ ତାହା ଭଲଭାବେ ମାଡାମ ଙ୍କୁ ଜଣା l ଗୋପ ବ୍ଲକ ପ୍ରଶାସନିକ ମୁଖ୍ୟ ଙ୍କ ମାତିଗତି ଯଦି ଏ ଭଲି ହୁଏ ସ୍ୱାଭାବିକ ତାଙ୍କ ଅଜ୍ଞାଧିକ କର୍ମଚାରୀ ଙ୍କ ଗତିବିଧି ମଧ୍ୟ ସେଇୟା ହିଁ ହୋଇଥିବ ବୋଲି ଲୋକେ କଥା ହେଉଛନ୍ତି l ସରକାର ଙ୍କ ଜନହିତକାର କାର୍ଯ୍ୟ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ସରକାରୀ ଅନୁଷ୍ଠାନ ଗୁଡିକ ରେ ଅଧିକାରୀ ଅଧିକାରିଣୀ ଙ୍କୁ ନିଯୁକ୍ତି ପ୍ରଦାନ କରାଯଇଛି l ଏକଛାତ୍ରବାଦ ବିରୁଦ୍ଧରେ ଲୋକ ମତ ସୃଷ୍ଟି ହୋଇ ସାଧାରଣ ଜନତା ଙ୍କ ସରକାର ଗଠିତ ହୋଇଥିଲା କଣ ଅଧିକାରୀ ଓ ଅଧିକାରିଣୀଙ୍କ ମନମୁଖୀ ଶାସନ ଚଳାଇବାପାଇଁ ? ବିଗତ 26 ବର୍ଷ ପରେ ମୋହନ ସରକାର ସାଧାରଣ ଜନତା ଙ୍କ ଅଭିଯୋଗ କୁ ସିଧା ସଳଖ ଶୁଣୁଥିବାବେଳେ ବ୍ଲକମାନଙ୍କରେ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀମାନେ ସାଧାରଣ ଜନତା ଙ୍କ ଠାରୁ କାହିଁକି ଦୁରେଯାଉଛନ୍ତି ଏଵେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ସାଧାରଣ ଜନତା ଙ୍କ ମନରେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق