BREAKING
Loading...
:

ବଡମ୍ବାରୁ ୭୩୫ଲିଟର ଦେଶୀ ମଦ ଜବତ

  ବଡମ୍ବାରୁ ୭୩୫ଲିଟର ଦେଶୀ ମଦ ଜବତ



କଟକ (ମାନସ କୁମାର ସାହୁ) ବଡମ୍ବା ଥାନା ଅଞ୍ଚଳରେ ବଢୁଛି ଦେଶୀ ମଦ କାରବାର। ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ନିଦ୍ଦେର୍ଶ କ୍ରମେ ବଡ଼ମ୍ବା ପୋଲିସ ପକ୍ଷରୁ ବଡ଼ ଧରଣର ରେଡି ହୋଇଛି। ଦେଶୀ ମଦ ସଂଗ୍ରହ ଥିବା ଜାଣି ରତାପାଟ ଗ୍ରାମରୁ ଦେଶୀ ମଦ ଜବତ କରିଛି ବଡମ୍ବା ପୋଲିସ। ସମୁଦାୟ ୨୧ ଟି ପ୍ଲାଷ୍ଟିକ ଜାରର୍କିନ ରୁ ମୋଟ ୭୩୫ ଲିଟର ଦେଶୀ ମଦ ଜବତ ହୋଇଛି। ପୋଲିସ ରେଡ ବେଳେ ଦୁଇଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଏନେଇ ଅଭିଯୁକ୍ତ ମାନଙ୍କ ନାଁରେ ମାମଲା ରୁଜୁ କରିଛି ବଡମ୍ବା ଥାନା ପୋଲିସ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS