BREAKING
Loading...
:

ବାଲିଝରୀ ମା ଦକ୍ଷିଣ କାଳୀ ମନ୍ଦିର ରୁ ୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ଅଳଙ୍କାର ଚୋରି

 ବାଲିଝରୀ ମା ଦକ୍ଷିଣ କାଳୀ ମନ୍ଦିର ରୁ ୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ଅଳଙ୍କାର ଚୋରି 

କଟକ (ମଣିଭଦ୍ରା ଖବର) ବାଲିଝରି ଦକ୍ଷିଣ କାଳୀ ଙ୍କର ତାଲା କାଟି ଦୁର୍ବୁତ୍ତ ନେଇଗଲେ  ଲକ୍ଷାଧିକ ଟଙ୍କା ଅଳଙ୍କାର। ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ବାଲିଝରି ମା ଦକ୍ଷିଣକାଳୀ ଙ୍କ ମନ୍ଦିର ରୁ ୪ଲକ୍ଷ ରୁ ଉର୍ଦ୍ଧ୍ବ ଅଳଙ୍କାର ଚୋରି ହୋଇଛି। ସୁନା ବାହୁଟି, ମୁକୁଟ, ରୁପା ଆଖି, ସୁନା ଚେନ, ସୁନା ହାର ଆଦି ଚୋରି ହୋଇଛି। ବିଳମ୍ବିତ ରାତ୍ରି ସମୟ ରୁ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି। ସକାଳୁ ପୂଜକ ମନ୍ଦିର ଆସି ଦେଖିବା ବେଳେ ତାଲା କୁ କାଟି ଚୋରି ହୋଇଛି। କାନପୁର ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS