BREAKING
Loading...
:

ରାଉତପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଗଣିଆ ଏବଂ ଢୋଲମରା ବିଜୟୀ

 ରାଉତପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଗଣିଆ ଏବଂ ଢୋଲମରା ବିଜୟୀ

ଗଣିଆ (ମଣିଭଦ୍ରା ଖବର) ସମ୍ପର୍କ କ୍ରିକେଟ ଟିମ୍ ଆନୁକୁଲ୍ୟରେ ୧୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ଲିଗ ମ୍ୟାଚରେ ଛାମୁଣ୍ଡିଆ ସହିତ ଢୋଲମରା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ପ୍ରଥମେ ଛାମୁଣ୍ଡିଆ କ୍ରିକେଟ ଟିମ୍ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଛାମୁଣ୍ଡିଆ ଟିମ୍ ନିର୍ଦ୍ଧାରିତ ୧୦ ଓଭର୍ ରେ ୫ ୱିକେଟ ହରାଇ ୬୮ ରନ ସଂଗ୍ରହ କରିଥିଲା । ଏହାର ଜବାବ ରେ ଢୋଲମରା ତାର ୩ ଗୋଟି ୱିକେଟ ହରାଇ ୬ ଓଭରରେ ୭୧ ରନ କରି ବିଜୟ ଲାଭ କରିଥିଲା । ଆଜିର ଖେଳକୁ ପରିଚାଳନା କରିଥିଲେ  ବରିଷ୍ଠ  ସମିତ ସୌରଭ ରଣା ଓ ଗୋପାଳ ବେହେରା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାମାଜିକ କର୍ମୀ ରମାକାନ୍ତ ରାଉତ.....ଏହି ଟୁର୍ଣ୍ଣାମେଣ୍ଟରଆଗାମୀ ୮ ଦିନ ଧରି ଚାଲିବ ବୋଲି ଜଣାପଡିଛି । ଦ୍ୱିତୀୟ ମ୍ୟାଚ ମର୍ଦରାଜପୁର ବନାମ ଗଣିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମର୍ଦରାଜପୁର ପ୍ରଥମେ ଟସ୍ ଜିତି  ୧୧ ଓଭରରେ ସମସ୍ତ ଉଇକେଟ ହରାଇ  ୧୦୮ ରନ୍ ସଂଗ୍ରହ କରିଥିଲା । ଗଣିଆ ଟିମ ୬ ଓଭରରେ ଗୋଟିଏ ଉଇକେଟ ହରାଇ ୧୦୯ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା । ପ୍ରତ୍ୟେକ ଦିନ ଦୁଇ ଗୋଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS