ରାଉତପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଗଣିଆ ଏବଂ ଢୋଲମରା ବିଜୟୀ
ଗଣିଆ (ମଣିଭଦ୍ରା ଖବର) ସମ୍ପର୍କ କ୍ରିକେଟ ଟିମ୍ ଆନୁକୁଲ୍ୟରେ ୧୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ଲିଗ ମ୍ୟାଚରେ ଛାମୁଣ୍ଡିଆ ସହିତ ଢୋଲମରା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ପ୍ରଥମେ ଛାମୁଣ୍ଡିଆ କ୍ରିକେଟ ଟିମ୍ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଛାମୁଣ୍ଡିଆ ଟିମ୍ ନିର୍ଦ୍ଧାରିତ ୧୦ ଓଭର୍ ରେ ୫ ୱିକେଟ ହରାଇ ୬୮ ରନ ସଂଗ୍ରହ କରିଥିଲା । ଏହାର ଜବାବ ରେ ଢୋଲମରା ତାର ୩ ଗୋଟି ୱିକେଟ ହରାଇ ୬ ଓଭରରେ ୭୧ ରନ କରି ବିଜୟ ଲାଭ କରିଥିଲା । ଆଜିର ଖେଳକୁ ପରିଚାଳନା କରିଥିଲେ ବରିଷ୍ଠ ସମିତ ସୌରଭ ରଣା ଓ ଗୋପାଳ ବେହେରା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାମାଜିକ କର୍ମୀ ରମାକାନ୍ତ ରାଉତ.....ଏହି ଟୁର୍ଣ୍ଣାମେଣ୍ଟରଆଗାମୀ ୮ ଦିନ ଧରି ଚାଲିବ ବୋଲି ଜଣାପଡିଛି । ଦ୍ୱିତୀୟ ମ୍ୟାଚ ମର୍ଦରାଜପୁର ବନାମ ଗଣିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମର୍ଦରାଜପୁର ପ୍ରଥମେ ଟସ୍ ଜିତି ୧୧ ଓଭରରେ ସମସ୍ତ ଉଇକେଟ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲା । ଗଣିଆ ଟିମ ୬ ଓଭରରେ ଗୋଟିଏ ଉଇକେଟ ହରାଇ ୧୦୯ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା । ପ୍ରତ୍ୟେକ ଦିନ ଦୁଇ ଗୋଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق