BREAKING
Loading...
:

୩ୟ ବାର୍ଷିକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 ୩ୟ ବାର୍ଷିକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାଙ୍କୀ , 5/2(ମାନସ ରଞ୍ଜନ ସାହୁ )ଶ୍ରୀରାମ କମିଟି ତାଳବସ୍ତ ଗ୍ରାମ  ଆନୁକୁଲ୍ୟରେ   ଆୟୋଜିତ ତୃତୀୟ ବାର୍ଷିକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ  ତାଳବସ୍ତ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଅଛି। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ଏହାର ମୂଳ ଲକ୍ଷ୍ୟ ବୋଲି ଶ୍ରୀରାମ କମିଟିର ସଭାପତି ବିଶ୍ଵ ରଞ୍ଜନ ସ୍ବାଇଁ ପରିପ୍ରକାଶ କରିଥିଲେ। ତିନିଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ବକୃତା, ରଚନା, ସାଧାରଣ ଜ୍ଞାନ, ନୃତ୍ୟ, ସଙ୍ଗୀତ, ଝୋଟି, ମେହେନ୍ଦି, ପିଠା, ବିଜ୍ଞାନ ମେଳା, ଚିତ୍ରାଙ୍କନ, କବିତା ଆବୃତ୍ତି,କବାଡି, ଦୌଡ଼ ପ୍ରତିଯୋଗିତା, କ୍ରିକେଟ ମ୍ୟାଚରେ ପ୍ରାୟ ୧୫ଗୋଟି ପଞ୍ଚାୟତରୁ ପାଖାପାଖି ୫୦୦-୭୦୦ ଛାତ୍ରଛାତ୍ରୀ, ଯୁବକ ଭାଗ ନେଇଥିଲେ। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ କବି  କୁମାର ଅମୀୟ, କବି ବିପ୍ଳବ, ସମାଜସେବୀ ଅକ୍ଷୟ କୁମାର ସାମଲ, ଶ୍ରୀରାମ କମିଟିର ସଭାପତି ବିଶ୍ବରଂଜନ ସ୍ବାଇଁ, ସମ୍ପାଦକ ସଂଗ୍ରାମ ରାଜ, ଉପ ସଭାପତି ଜଗବନ୍ଧୁ ସେଠୀ, ସମାଜସେବୀ ବିଭୂତି ଭୂଷଣ ସାହୁ, ସତ୍ୟ ପ୍ରସାଦ ଧଳ ସାମନ୍ତ, ପ୍ରଦ୍ୟୁମ୍ନ କୁମାର ପାଳ, ଶିବ ନାରୟଣ ଷଡ଼ଙ୍ଗୀ, ତୃପ୍ତି ପ୍ରସାଦ ଲେଙ୍କା, କାହ୍ନୁ ଚରଣ ହାତୀ ସହଯୋଗ କରି ବକୃତା, ରଚନା, ଚିତ୍ରାଙ୍କନ, ସଙ୍ଗୀତ, କବିତା ଆବୃତ୍ତି, ହସ୍ତାକ୍ଷର, ଗଳ୍ପ ଲିଖନ ପ୍ରତିଯୋଗିତା କରିଥିଲେ। ଦ୍ବିତୀୟ ଦିବସରେ ବରିଷ୍ଠ ପରିଦର୍ଶକ ସୁବ୍ରତ କୁମାର ନାୟକ, ସୁଶାନ୍ତ ମହାରଣା, ମୃତ୍ୟୁଞ୍ଜୟ ସ୍ବାଇଁ ଯୋଗ ଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ। ଦ୍ଵିତୀୟ ଦିନରେ ଦୌଡ଼, ସ୍ଲୋ ସାଇକଲ, ପୁଚି, ମିଉଜିକ ଚେୟାର, ବିଜ୍ଞାନ ମେଳା, କବାଡି, କ୍ରିକେଟ୍ ପ୍ରତିଯୋଗିତାକୁ ବିଭୁ ପ୍ରସାଦ ଦାସ, ମାନସ ମୁଦୁଲି, ଅମରଜିତ୍ ନାୟକ ପରିଚାଳନା କରିଥିଲେ। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବାଙ୍କୀ  ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁମାର ଅମୀୟ (ବୁଲୁ ବାବା), ଭୂତପୂର୍ବ ବିଧାୟକ ସ୍ବର୍ଗତ ଅକ୍ଷୟ ପଟ୍ଟନାୟକଙ୍କ ସୁପୁତ୍ର ଅବିନାଶ ପଟ୍ଟନାୟକ, ସାମ୍ବାଦିକ  ଶୁଭେନ୍ଦୁ କୁମାର ମହାପାତ୍ର, ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ବରିଷ୍ଠ ସମାଜସେବୀ କେଶବ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ମନୋଜ କୁମାର ରାଉତ ଯୋଗ ଦେଇ କାର୍ଯ୍ଯ ସମ୍ପାଦନା କରିଥିଲେ। ବାଙ୍କୀ ଅଞ୍ଚଳର ବହୁ ସାମାଜିକ ସଂଗଠନ ଗୁଡିକ ସମ୍ମାନିତ କରା ଯାଇଥିଲା ।ସମ୍ମାନିତ ସଂଗଠନ ମଧ୍ୟରେ ଘୋଡାବର ଗ୍ରାମର ମା ବାଉତି ସେବା ସଂଗଠନ ଘୋଡବର, ସବୁଜ ବାହିନୀ ଢ଼ଁସରକୁ ଶ୍ରେଷ୍ଠ ସଂଗଠନ ସମ୍ମାନ, ତାଳବସ୍ତର ରୁଦ୍ର ନାରାୟଣ ଦାସକୁ ଶ୍ରେଷ୍ଠ ସମାଜସେବୀ, ଆଶୁତୋଷ ମହାପାତ୍ରଙ୍କୁ ସେବା ରତ୍ନ, ପ୍ରଫୁଲ୍ଲ ପ୍ରଧାନଙ୍କୁ ଆଦର୍ଶ କୃଷକ ଭାବେ ସମ୍ମାନିତ କରାଯାଇଥିବା ବେଳେ ଶୁଶାନ୍ତ କୁମାର ନାୟକ, ପୁର୍ଣ୍ଣେନ୍ଦୁ କୁମାର ନାୟକ, ଶୁଭେନ୍ଦୁ କୁମାର ମହାପାତ୍ର, ମାନସ ରଞ୍ଜନ ସାହୁ ଏବଂ କାହ୍ନୁ ଚରଣ ବେହେରାଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ଦିଆ ଯାଇଥିଲା।ପରିଶେଷରେ ଶିବ ଟେଣ୍ଡ ହାଉସର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ କୁମାର ପାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS