BREAKING
Loading...
:

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

ନୟାଗଡ଼( ରୀନା ସାହୁ) ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କରେ ବିଦାୟ କାଳୀନ ସମ୍ବର୍ଧନା  ଏକ ରୀତିରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେଵ ନାହିଁ... ଏହି ଅବସରରେ  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ଡିଗ୍ରୀ ମହା ବିଦ୍ୟାଳୟ ପରିସରରେ +3 ଶେଷ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଧନା ସଭା  ଅନୁଷ୍ଠିତ ହୋଇ ଯାଇଅଛି. ଅନୁଷ୍ଠିତ ସଭାରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସତପଥି ସଭାପତିତ୍ବ କରିଥିଲେ. ଏହି ସଭାରେ ଅଣ ଅନୁଦାନ କର୍ମଚାରୀ ସଙ୍ଘର ରାଜ୍ୟ ସଭାପତି  ବନମାଳୀ ପଟନାୟକ... ପୁରାତନ ଛାତ୍ର  ସରୋଜ କୁମାର ପାଇକରାୟ... କର୍ମଚାରୀ ସଙ୍ଘ ରାଜ୍ୟ ସଭାପତି ଦୀପକ କୁମାର ସାହୁ...କର୍ମଚାରୀ ସଙ୍ଘ ନେତା ଉମାକାନ୍ତ ଦାଶ. ରାଜ କିଶୋର ରଥ ପ୍ରମୁଖ  ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଚାକିରୀ ପଛରେ ନ ଗୋଡ଼ାଇ ଚାଷ ହେଉ ଅବା କମ୍ପୁଟର  ଇଞ୍ଜିନିଅର. କି ଡାକ୍ତର ହେଊ ନିଜେ  ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଲେ  ଛାତ୍ର ଜୀବନର ପ୍ରକୃତ ଉଧେଶ୍ୟ ସାଧିତ ହୋଇ ପାରିବ ବୋଲି   ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ... ଏହି ଅବସରରେ ଦୀର୍ଘ 30 ବର୍ଷ ପରେ ଟାଙ୍ଗୀ  ଡିଗ୍ରୀ କଲେଜ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ରେ ସାମିଲ ହୋଇ ପାରିଥିବାରୁ ଉପସ୍ଥିତ ଅତିଥି ଓ ଛାତ୍ର ଛାତ୍ରୀ ମାନେ  ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ... ଏହି  ନିଷ୍ପତି କାର୍ଯ୍ୟକାରୀ ହେବା ଫଳରେ ଗ୍ରାମାଞଳରେ ଉଚ୍ଚ ଶିକ୍ଷା ର ମାନ ବୃଦ୍ଧି ପାଇ ପାରିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ... ସର୍ବ ଶେଷରେ ଡିଗ୍ରୀ କଲେଜ ର ଉପାଧ୍ୟକ୍ଷ   ସଂଜୀବ ପରିଡା ସମସ୍ତଙ୍କୁ ଧନ୍ୟବାଦ  ଅର୍ପଣ କରିଥିଲେ... ଏହା ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ କଲେଜ ସମୟରେ ଘଟିଥିବା ବିଭିନ୍ନ ଘଟଣା ବଳୀ ସମ୍ପର୍କରେ ଆଲୋଚନା କରିଥିଲେ ।



Post a Comment

Previous Post Next Post
Header ADS