BREAKING
Loading...
:

ମା' ରାମଚଣ୍ଡୀ ମହୋତ୍ସବର ଅନ୍ତିମ ଦିନରେ ମୁଖ୍ଯ ଆକର୍ଷଣ ଥିଲା କଣ୍ଠଶିଳ୍ପୀ ସୁଶ୍ରୀ ପ୍ରଜ୍ଞା ହୋତା

 *ମା' ରାମଚଣ୍ଡୀ ମହୋତ୍ସବର** ଅନ୍ତିମ ଦିନରେ ମୁଖ୍ଯ ଆକର୍ଷଣ ଥିଲା କଣ୍ଠଶିଳ୍ପୀ ସୁଶ୍ରୀ ପ୍ରଜ୍ଞା ହୋତା ଓ ଓଡ଼ିଆ ଚଳଚିତ୍ର ଜଗତର ସୁପରହିଟ ନାୟିକା ସୁଶ୍ରୀ ଶୀତଲ ପାତ୍ର  ll କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଙ୍କ ସଂଗୀତ ରେ ଝୁମିଲେ ଦର୍ଶକ, ଓ କମ୍ପିଲା ମଞ୍ଚ l 



ଗଞ୍ଜାମ (ମଣିଭଦ୍ରା ଖବର) ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର (କରପଡ଼ା)  ଋଷିକୂଲ୍ୟା ତଟ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ଅବସରରେ ମା'' ରାମଚଣ୍ଡୀ ମହୋତ୍ସବ  ଉଦଘାଟିତ ହୋଇଯାଇଛି। ଆଜି ଶେଷ ଦିନରେ  ମହୋତ୍ସବକୁ ଟ୍ରଷ୍ଟ ମୁଖ୍ୟ ଶ୍ରୀ ସୁଧାକର ପଣ୍ଡା, ସମାଜସେବୀ ଏ ସନ୍ତୋଷ ପାତ୍ର, ଟ୍ରଷ୍ଟି କାଶୀନାଥ ବ୍ରହ୍ମl, ମଞ୍ଜୁଳା ପଣ୍ଡା, ଲକ୍ଷ୍ମୀ ନୃସିଂହ ପଣ୍ଡା, ଉପଦେଷ୍ଟା ଶ୍ରୀ ରବୀନ୍ଦ୍ରପଣ୍ଡା, ରାଜେଶ ମିଶ୍ର (APP),ଆଶିଷ ସାବତ(ସମାଜସେବୀ), ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ର ପ୍ରିନସିପାଲ ଡ଼ ଅଜୟ କୁମାର ତ୍ରିପାଠୀ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଦିଲୀପ ରାଉଳ, ଇଟିଭି ଭାରତ ର ଦକ୍ଷିଣ ଓଡିଶା ମୁଖ୍ୟ ସମୀର ଆଚାର୍ଯ୍ୟ, ନନ୍ଦିଘୋଷ ଟିଭି ର ଦକ୍ଷିଣ ଓଡିଶା ମୁଖ୍ୟ ଦେବହରି ବେହେରା,ପ୍ରଦିତିନ ର ସାମ୍ବାଦିକ ଶ୍ରୀ K. ସତ୍ୟନାରାୟଣ ରେଡ୍ଡୀ,  ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ।      ଶେଷରେ  ସେଣ୍ଟ ଜାଭିଅର ସ୍କୁଲ, ଛତ୍ରପୁର ର ଡାଇରେକ୍ଟର ଓ ପ୍ରିନସିପାଲ ଙ୍କୁ  ସମ୍ମାନିତ କରାଯାଇଥିଲା l


ମନ୍ଦିର ପରିଚଳନା କମିଟି ସଂଯୋଜକ କମଳ ପଣ୍ଡା ଓ ସହ ସଂଯୋଜକ ତୁଷାର ଶତପଥୀଙ୍କ ସଂଯୋଜନାରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ତଥା ପୂଜା କମିଟି ର ସଭାପତି-ଅଜୟ କୁମାର ନାୟକ, ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ତଥା ପୂଜା କମିଟି ଉପଦେଷ୍ଟା ସନ୍ତୋଷ କୁମାର ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ(ମହାରାଜ), କାର୍ଯ୍ୟକାରି ସଭାପତି ଦିବାକର ନାୟକ, ସାମ୍ବାଦିକ ସୁଧୀର ନାହାକ(MBC), ମୁନା ବେହେରା(EPA), ଦିଲୀପ ସାମଲ (ଧରିତ୍ରୀ)ପ୍ରମୁଖ ମଞ୍ଚାସିନ ଥିଲେ l କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଙ୍କ ଗୋଟିଏ ପରେ ଗୋଟିଏ ମନଛୁଆଁ ସଂଗୀତ ଗାନ କରି  ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ  ମନ୍ତ୍ରମୁଗ୍ଧ କରିଥିଲେ। 


ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଦ୍ୱାରା ସ୍ୱୀକୃତି ପାଇ ଉତ୍କଳ କନ୍ୟା ପାଇକ ଆଖଡ଼ା, ଖୋର୍ଦ୍ଧା, ଜଗତ ଜନନୀ ସଂଗୀତ ସନ୍ଧ୍ୟା, ଭୁବନେଶ୍ୱର ଓ ପ୍ରସନ୍ନକ୍ସି (PSNS) ପରି ବହୁ ଅନୁଷ୍ଠାନ ଏହି ମହୋତ୍ସବ ରେ ଭାଗ ନେଇଥିଲେ l


      ସେହିପରି ଶେଷ ଦିନରେ କୋରିଓଗ୍ରାଫର ଅଳକା ସାହୁ ଓ ବିବିଧା ଫାଉଣ୍ଡେସନ ଦ୍ୱାରା ଲୋକ କଳା ନୃତ୍ୟରେ ଦୁଲୁକିଥିଲା ମଞ୍ଚ,  l ଏହା ଦେଖିବା ପାଈଁ ଲକ୍ଷlଧିକ ଲୋକଙ୍କ ସମାଗମ ହୋଇଥିଲା l ଜିଲ୍ଲା ପ୍ରଶାସନ ର ସହଯୋଗ ଓ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ତତ୍ୱାବଧାନ ରେ ଶାନ୍ତିଶୃଙ୍ଖଳା ପାଈଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS