**ନାରାୟଣ ର ଦୁଃଖ ଦୁଝିବ କିଏ **
ଗଞ୍ଜାମ ମଣିଭଦ୍ରା ଖବର) ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଅଲାଡ଼ି ଗ୍ରାମ ପଞ୍ଚାୟତ ଥୋଲଣ୍ଡା ଗାଁର । ବାପା ଗୋବିନ୍ଦ ପ୍ରଧାନ ଓ ମା କମା ପ୍ରଧାନଙ୍କ ପୁଅ ନାରାୟଣ ପ୍ରଧାନ । ବାପା ଗୋବିନ୍ଦ ପ୍ରଧାନଙ୍କ ଦେହାନ୍ତ ପରେ ଘରେ ଭାଙ୍ଗିପଡିଥିଲେ ମା ଓ ଭାଇ ଆର୍ଥିକ ପରିସ୍ଥିତି ଧୀରେ ଧୀରେ ଅଚଳ ହେବାକୁ ଲାଗିଲା । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାକୁ ନାରାୟଣ ସୁଦୂର ରାଜ୍ୟରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଯାହା ଫଳରେ ପରିବାର ର ଗୁଜୁରାଣ ମେଣ୍ଟାଇବା ସମ୍ଭବ ହୋଇ ପାରୁଥିଲା । ନାରାୟଣ ସେହି ଅଞ୍ଚଳର ଜଣେ ବେଶ୍ ଜଣାଶୁଣା ରଙ୍ଗ ମିସ୍ତ୍ରୀ ହୋଇଥିବାରୁ ତାଙ୍କୁ ସଭିଏଁ ଜାଣନ୍ତି । କିନ୍ତୁ ଦଇବର ବିଚାର ଥିଲା କିଛି ଅଲଗା । ଆଉ ସତେ ଯେମିତି କଳା ବାଦଲର ଦୁଃଖ ଛିଣ୍ଡି ପଡ଼ିଥିଲା ନାରାୟଣଙ୍କ ପରିବାର ଉପରେ । ସୁଦୂର ତାମିଲନାଡୁ ରାଜ୍ୟରୁ ଫେରି ଆସିଥିଲେ ନାରାୟଣ । ଗାଆଁକୁ ଆସି କୌଣସି କାର୍ଯ୍ୟରେ ଜଗନ୍ନାଥପ୍ରସାଦ ଯାଉଥିଲା ସମୟରେ ଦୁର୍ଘଟଣା ଘଟିଥିଲା । ସଙ୍ଗେ ସଙ୍ଗେ ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ଚିକିତ୍ସା ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ଼ ମେଡିକାଲ୍ ଏବଂ ଭୁବନେଶ୍ବର କିମ୍ମସ ରେ ମଧ୍ୟ ଚିକିତ୍ସା ସରିଛି କିନ୍ତୁ କୌଣସି ପ୍ରକାର ସଫଳ ଦେଖା ଦେଇନି । ଆଉ ତା ପରଠାରୁ ଘରେ ଏମିତି ଅଚଳ ହୋଇ ପଡ଼ିରହିଛନ୍ତି । ନିଜେ ପାଣି ଗ୍ଲାସ୍ ଟେ ଉଠେଇ ପିଇବାକୁ ମଧ୍ଯ ସକ୍ଷମ ନୁହଁନ୍ତି। ବର୍ତମାନ ଯାହା ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ପ୍ରତ୍ୟେକ ମାସରେ ମିଳୁଛି । ଖବର ଶୁଣି ନାରାୟଣଙ୍କ ଘରେ ପହଞ୍ଚିଥିଲେ ଆମ ଗଣମାଧ୍ୟମ ପ୍ରତିନିଧି ଦେଖି ଆଉ ସେ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ । ଖବର ପ୍ରସାରଣ ପରେ କୌଣସି ବଦାନ୍ୟ ବ୍ୟକ୍ତି ସହାୟତା ର ହାତ ବଢାଇବ କିମ୍ବା ସରକାରୀ ସ୍ତରରେ ଉନ୍ନତ ମାନର ଚିକିତ୍ସା ହୋଇ ପାରିଲେ ହୁଏତ ଏହି ପରିବାର ଟି ଉପକୃତ ହୋଇପାରନ୍ତେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment