BREAKING
Loading...
:

ମାଧବ ମାଧବନନ୍ଦ ପ୍ରାଚୀ ନଦୀ କୂଳରେ ମହା ପ୍ରାଚୀ ଆଳତି ଦେଶ ବିଦେଶରୁ ସାଧୁସନ୍ଥ ଙ୍କ ଯୋଗଦାନ ।

 ମାଧବ ମାଧବନନ୍ଦ ପ୍ରାଚୀ ନଦୀ କୂଳରେ ମହା  ପ୍ରାଚୀ ଆଳତି ଦେଶ ବିଦେଶରୁ ସାଧୁସନ୍ଥ ଙ୍କ ଯୋଗଦାନ ।

 ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ନୂଆ ମଠ ର ମିଳିତ ରେ ୧୪ ତମ ବାର୍ଷିକପ୍ରାଚୀ ପରିକ୍ରମା ପଦଯାତ୍ରା  ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ପବିତ୍ର ପ୍ରାଚୀ ନଦୀ ସୁରକ୍ଷା ଓ ଏହାର ମହାତ୍ମା ବିଷୟରେ ସଚେତନତା ସୃଷ୍ଟି କରିବା ସହ ବିଶ୍ୱର କଲ୍ୟାଣ ପାଇଁ ଏହି ପ୍ରାଚୀ ପରିକ୍ରମା ର ମୁଖ୍ୟ ଉଦ୍ୟେଶ ବୋଲି ସାଧୁ କହିଥିଲେ । ଉକ୍ତ ପବିତ୍ର  ପ୍ରାଚୀ  ନଦୀ ଗଙ୍ଗା ଠାରୁ ବଡ଼। ଏହି ପ୍ରାଚୀ ନଦୀ ରେ ପୂର୍ବରୁ ବଣିଜ ଚାଲୁଥିବା ବେଳେ ଏହି ନଦୀରେ ବଡ଼ ବଡ଼ ପଥର ଆସି ପ୍ରାଚୀ କୂଳରେ  ବିଭିନ୍ନ  ମନ୍ଦିର ନିର୍ମାଣ କରାଯାଇଥିଲା ।କାଳକ୍ରମେ ଏହି ପ୍ରାଚୀ ନଦୀ ପୋତି ହୋଇ ନାଳରେ ପରିଣତ ହୋଇ ପ୍ରାଚୀର ଅସ୍ତିତ୍ୱ ହରାଇଛି । ଉକ୍ତ ନଦୀକୁ ପୁନଃ ଉଦ୍ଧାର କରିବା ପାଇଁ ସାଧୁସନ୍ଥ, ବୁଦ୍ଧିଜୀବୀ ,ପ୍ରାଚୀ ପ୍ରେମି ମାନେ କହିଛନ୍ତି । ଏହି ପ୍ରାଚୀ ପରିକ୍ରମା କାର୍ଯ୍ୟକ୍ରମ ରେ ପଣ୍ଡିତ ଚିତରଞ୍ଜନ ମିଶ୍ର ,ସ୍ଵାମୀ ସୁଧାନନ୍ଦ ଗିରି ,ମହନ୍ତ ଚିତ୍ରମଣି ପର୍ବତ ମହାରାଜ , ବାବା ଦାମୋଦର ଦାସ ,ମହନ୍ତ ରାମକୃଷ୍ଣ ଦାସ ,ବାବା ରାମ ଦାସ ,ମହନ୍ତ ଦିବ୍ୟକୃଷ୍ନ ଦାସ ,ବାବା ସତ୍ୟାନନ୍ଦ ଦାସ ସହିତ ଶତାଧିକ ସାଧୁସନ୍ଥ ,ପ୍ରାଚୀ ପ୍ରେମି ଓ ବିଦେଶୀ  ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS