BREAKING
Loading...
:

ରଣପୁର ମହୋତ୍ସବ ‘ଅର୍ଜୁନ– ୨୦୨୫ ଉଦଘାଟିତ

 ରଣପୁର ମହୋତ୍ସବ ‘ଅର୍ଜୁନ– ୨୦୨୫’ ପ୍ରଥମ           ସନ୍ଧ୍ୟା 

 


ରଣପୁର  (ରିନା ସାହୁ)ତା ୫/୧/୨୫ ରଣପୁରର ଐତିହ୍ୟ, କଳା, ସଂକୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥ‌ିବା ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ଉଦଘାଟିତ ହୋଇଯାଇଛି ! ଜାନୁଆରି ୫ ତାରିଖରୁ ଆରମ୍ଭ କରି ୯ ତାରିଖ ପର୍ଯ୍ୟନ୍ତ ଚଳିବ !    ଦିନ ୩ ଟା ସମୟରୁ ୫ ପର୍ଯ୍ୟନ୍ତ କୁଇଜ କାଯ୍ୟକ୍ରମ ହୋଇଥିଲା !ଏଠାରେ ମିନା ବଜାର , ରାମଦୋଳି,ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ସହ ସରକାର ଙ୍କ ତରଫରୁ ପଡ଼ିଥିବା ଷ୍ଟଲ ପଡ଼ିଅଛି ! ଉଦଘାଟନୀ ସନ୍ଧ୍ୟାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା,ଖାଦ୍ୟ ଓ ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଭାଗ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ,ମାନ୍ୟବର ସାଂସଦ ପୁରୀ ଡ ସମ୍ବିତ ପାତ୍ର,ବିଧାୟକ ଖଣ୍ଡପଡା ଦୁଷ୍ମନ୍ତ ସ୍ୱାଇଁ,ମାନ୍ୟବର ଜିଲ୍ଲାପାଳ ନୟାଗଡ଼ ଶ୍ରୀଯୁକ୍ତ ସୁନୀଲ ଅକ୍ଷୟ ଅଗ୍ରୱାଲ,କାର୍ଯ୍ୟନିର୍ବାହୀ ଅଧିକାରୀ ରଣପୁର (ଏନ.ଏ.ସି )ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ,ଯୋଗଦେଇ ଉଦଘାଟନୀ ଦିବସ କୁ ଆଗେଇ ନେବା ସହ, ସାଂକୃତିକ କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ତରଫରୁ ଦିଆଯାଇଥିବା !ପୁରୁଲିଆ ଛଉନୁର୍ତ୍ୟ !   ସହିତ ମେଲୋଡି ଗ୍ରୁପ (ସୁର ତାଲ କ୍ରିଏ ଟିଭି ),ସ୍ୱରଭ ଭାରଦ୍ୱଜ,ଏ ସ.ଆର୍ଥ୍ୟ ତାସହିତ ବିଶେଷ ଆକର୍ଷଣ ସିନେ କଳାକାର ମଧ୍ୟ୍ୟ  ରହିଅଛିନ୍ତି !ଏହି ଐତିହ୍ୟ, କଳା,ସଂକୃତି,ପରମ୍ପରାକୁ ଆଦିକୁ ନେଇ ଅନୁଷ୍ଠିତ  ହୋଇଅଛି !! ଅନ୍ୟ ଜିଲ୍ଲା ଗୁଡିକମହୋତ୍ସଵ ଠୁ ଏ ବର୍ଷ  ରଣପୁର  ମହୋତ୍ସବ ‘ଅର୍ଜୁନ–୨୦୨୫ ତାର ନିଆଁରା ଢଙ୍ଗରେ ପାଳନ ହୋଇଛି !  ହଜାର ହଜାର ଜନ ସମାଗମ  ଦେଖିବାକୁ ମିଳିଥିଲା ! ମହୋତ୍ସବର ସଭାପତି ରଣପୁର ବିଧାୟିକା ତଥା  ସୁରମା ପାଢ଼ୀ, ସମ୍ପାଦକ ସ୍ୱରାଜ ମହାନ୍ତି,ସହ ମହୋତ୍ସଵ କମିଟିର ସମସ୍ତ ମେମ୍ବରଙ୍କ ସହଯୋଗ ରହିଥିବାରୁ ଆଜି ଏହି ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳ ହୋଇଛି !!  ଏହା ସହ ପୋଲିସ ବିଭାଗ, ଦମକଳ ବିଭାଗ ମଧ୍ୟ୍ୟ . ମହୋତ୍ସଵ ଦିନରେ ସହଯୋଗ ରହିଅଛି !  ମହୋତ୍ସବ ସରଖସୁନ୍ଦର ହେବା ସହ ସଫଳ ହୋଇଛି !ବେଶ ରଣପୁର ଅଞ୍ଚଳ ବାସୀ ଖୁସି ଅନୁଭବ କରିଛନ୍ତି   !

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS