ପଞ୍ଚାୟତ ପ୍ରିମିୟର ଲିଗ୍ କରଡାପଡା ଶୁଭାରମ୍ଭ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କରଡାପଡା ପଞ୍ଚାୟତର ସିଜିନ -୧ ପ୍ରିମିୟର ଲିଗ୍ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରମୋଦିନୀ ସାହୁ ଯୋଗ ଦେଇଥିଲେ । ଆୟୋଜକ ଦଳ ତରଫରୁ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଖେଳ ପଡ଼ିଆକୁ ଅଣାଯାଇଥିଲା । ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିଥିଲେ କେକେ ଓ୍ବାରିୟର୍ସ ବନାମ ରୟାଲ ଷ୍ଟ୍ରାଇକର । ପ୍ରଥମେ ବ୍ୟାଟିଂ କରି ରୟାଲ ଷ୍ଟ୍ରାଇକର ୧୦ ଓଭରରେ ୧୦୦ ରନ୍ କରିଥିଲେ । ଜବାବରେ କେକେ ଓ୍ବାରିୟର୍ସ ୮.୩ ଓଭରରେ ୧୦୬ ରନ୍ କରି ବିଜୟ ଲାଭ କରିଥିଲେ । ଏହି ମ୍ୟାଚ୍ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଆଜିର ମ୍ୟାଚ୍ ପରିଚାଳନା କରିଥିଲେ ପ୍ରଶାନ୍ତ କୁମାର ବେହେରା ଏବଂ କରୁଣାକର ପାତ୍ର ।
ମଣିଭଦ୍ରା ଖବର, ଗଣିଆ



Post a Comment