BREAKING
Loading...
:

ପ୍ରତିଷ୍ଠା ର 55 ବର୍ଷ ପରେ ନାକ ଟିମର ଗଂଜାମ ମହାବିଦ୍ୟାଳୟ ପରିଦର୍ଶନ ଶେଷ, ଗ୍ରେଡ଼କୁ ଅପେକ୍ଷା*

 ପ୍ରତିଷ୍ଠା ର 55 ବର୍ଷ ପରେ ନାକ ଟିମର ଗଂଜାମ ମହାବିଦ୍ୟାଳୟ ପରିଦର୍ଶନ ଶେଷ, ଗ୍ରେଡ଼କୁ ଅପେକ୍ଷା*

ଗଞ୍ଜାମ (ମଣିଭଦ୍ରା ଖବର) ଗଂଜାମ ମହାବିଦ୍ୟାଳୟ  ପ୍ରତିଷ୍ଠା ର ଦୀର୍ଘ 55 ବର୍ଷ ପରେ ଏହି କଲେଜ କୁ ପରିଦର୍ଶନ ପାଇଁ ଆସିଛନ୍ତି ତିନି ଜଣିଆ ନାକ ଟିମ୍ । ଦୁଇ ଦିନ ଧରି ମହାବିଦ୍ୟାଳୟ କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ କରିବା ପରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି କିଭଳି ରହିଛି ଟିମ୍ ପରଖି ଥିଲେ ।ଦୁଇ ଦିନ ଧରି ଟିମ ର ପରିଦର୍ଶନ ପରେ ସମସ୍ତେ ମନ ରେ ନୂତନ ଭାବେ ଆସ ସଂଚାରତ ହୋଇଛିlମହାବିଦ୍ୟାଳୟକୁ ଭଲ ଗ୍ରେଡ଼ ମିଳିବ ବୋଲି ଆଶା ରଖିଛନ୍ତି କଲେଜ କର୍ତ୍ତୃପକ୍ଷ । ମହାବିଦ୍ୟାଳୟର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷା ଦେବାରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସଫଳତା ହାସଲ କରିଥିବାରୁ ଏଥର ରେଙ୍କ ଭଲ ରହିବ ବୋଲି କୁହାଯାଉଛି । ସବୁ କ୍ଷେତ୍ରରେ ସମୀକ୍ଷା କରିବା ପରେ   ନାକ ଟିମର ପରିଦର୍ଶନ ଶେଷ ହୋଇଛି । ତିନି ଜଣିଆ ପ୍ରତିନିଧି ଦଳ ପ୍ରଫେସର୍ ରମେଶ କୁମାର ପାଣ୍ଡେ, ପ୍ରଫେସର ମିନାଲ୍ କାନ୍ତି ଦୁତ୍ତା, ପ୍ରଫେସର୍ ବିକାଶ ପିଶୁର୍ଲ୍ଲେକର ରହିଛନ୍ତି l ୨ ଦିନ ମଧ୍ୟରେ ମହାବିଦ୍ୟାଳୟର ଏକାଡେମିକ, ଆଡମିନିଷ୍ଟ୍ରେସନ, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢା କିଭଳି ହେଉଛି ତାହା ଦେଖିଥିଲେ ।ଏହା ସହ ବିଭିନ୍ନ  ବିଭାଗ ଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ ବିଷୟ ତଦାରଖ କରିଥିଲେ । ଏହାବ୍ୟତୀତ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ଅଧ୍ୟାପିକ, ଅଧ୍ୟାପିକା,ଅଧ୍ୟୟନରତ ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ ସହିତ ଆଲୋଚନା କରିଥିଲେ ୩ ଜଣିଆ ନାକ ଟିମ୍ । ମହାବିଦ୍ୟାଳୟ ଉନ୍ନତିକରଣ ଲାଗି କଣ ସବୁ ଖସଡ଼ା ପ୍ରସ୍ତୁତ ହୋଇଛିl  ଆଗାମୀ ଦିନରେ ଆଉ କଣ ସବୁ ଯୋଜନା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଅଧକ୍ଷ ସିମାଞ୍ଚଳ ଭୋଳ, ନାକ ସଂଯୋଜକ ପ୍ରାଧ୍ୟାପକ ଅମର ବିଷୋୟ, ଆଇ କ୍ଯୁ ଏସି ସଂଯୋଜକ ସ୍ମରଣିକା ହୋତା ନେତୃତ୍ବରେ କ୍ୟାମ୍ପସରେ ବ୍ୟାପକ ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ସମସ୍ତ ବିଭାଗ, ଛାତ୍ରାବାସ ନବୀକରଣ, ରାସ୍ତାଘାଟ, କ୍ରୀଡ଼ା ଭିତ୍ତିଭୂମି,  ବିକାଶ କରାଯାଇଛି । ମୁଖ୍ୟ ଫାଟକ ଠାରୁ ଉନ୍ନତିକରଣର ଝଲକ ମହାବିଦ୍ୟାଳୟର  ଅନୁକୋଣରେ ବାରି ହୋଇପଡୁଛି । ଏନେଇ ଏକ ସ୍ବତନ୍ତ୍ର ବୈଠକରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ନାକ ଟିମ୍ କୁ ମହାବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଥିଲା l କଲେଜ ସମସ୍ତ ଉନତି କରଣ ପ୍ରୟାସ କଲେଜ ର ସମସ୍ତ କର୍ମଚାରୀ ଙ୍କ ଉଦ୍ୟମ ଯୋଗୁଁ ହୋଇପାରିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି l

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS