BREAKING
Loading...
:

ବାହାଘର ପରେ ବେଦି ମୁହଁ ପୋଡ଼ା,ସରିଗଲା ବିଶ୍ଵଶାନ୍ତି ମହାଯଜ୍ଞ, ପଡ଼ି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା

 ବାହାଘର ପରେ ବେଦି ମୁହଁ ପୋଡ଼ା,ସରିଗଲା ବିଶ୍ଵଶାନ୍ତି ମହାଯଜ୍ଞ, ପଡ଼ି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ମଣିଭଦ୍ରା ପାହାଡ ପାଦଦେଶରେ ବିରାଜିତ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଗତ ୪ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ମହାଯଜ୍ଞରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଓଡ଼ିଶାର ବିଭିନ୍ନ କୋଣ‌‌‌ ଅନୁକୋଣରୁ ଆସିଥିବା ଲୋକେ ଏହି ମେଳାକୁ ଉପଭୋଗ କରିଥିଲେ । ତେବେ ଏହି ମେଳାରେ ବ୍ୟବସାୟ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଯିବା ପରେ ଜରି,ଠୁଙ୍ଗା,ଖଲି,କାଗଜପତ୍ର ଆଦି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ସେଠାରେ ପଡ଼ି ରହି ପୂର୍ତ୍ତଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ସେଠାର ପରିବେଶ ଅତ୍ୟନ୍ତ ଅପରିଷ୍କାର, ଅପରିଚ୍ଛନ୍ନ ଦେଖା ଯାଉଛି । 

ମେଳା ସମୟରେ ଅନେକ ସ୍ବେଛାସେବୀ ସେଠାରେ ସହଯୋଗ କରୁଥିବା ବେଳେ ମେଳା ସରିଗଲା ପରେ ଅଳିଆ ଉଠାଇବାକୁ କେହି ବି ଆଗଭର ହେଉ ନାହାନ୍ତି । ମେଳା ସମୟରେ ଦୋକାନୀ ମାନଙ୍କ ଠାରୁ ମୋଟା ଅଙ୍କର ରାଜସ୍ବ ଆଦାୟ କରାଯାଉଥିଲେ ମଧ୍ୟ ଏହି ସ୍ଥାନର ସ୍ବଛତା ସମ୍ପର୍କରେ କେହି ବି ଚେଷ୍ଟା କରୁନାହାନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏଠାରେ ପ୍ରତିବର୍ଷ ଭୋଜିଭାତ କରିବାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ତେବେ ଏଠାକାର ପରିବେଶ ଏଭଳି ଦେଖି ସେମାନେ ନାକ ଟେକୁଛନ୍ତି । ତେବେ ତୁରନ୍ତ ଉକ୍ତ ଅଳିଆ ଆବର୍ଜ୍ଜନା ପରିସ୍କାର କରିବାକୁ ସାଧାରଣରେ ଦାବି ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS