ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ ହେଉ: ହାଇକୋର୍ଟ |
କଟକ(ମଣିଭଦ୍ରା ଖବର) ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଇ କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି, ପରେ ଜୁଲାଇ ୨୦୨୪ ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି।ଏହି ନିଯୁକ୍ତି ପ୍ରକ୍ରିୟାରେ ୪୦୫ଟି ପୋଲିସ ଡ୍ରାଇଭର ପଦବୀ ପୁରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଏହି ପଦବୀରେ ନିଯୁକ୍ତି ପାଇଁ ୦୧/୦୧/୨୪ ସୁଦ୍ଧା ସର୍ବାଧିକ ବୟସ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାକୁ ନେଇ ଆନେକ ଆଶାୟୀ ନିରାଶ ହୋଇଥିଲେ। ଯେଉଁମାନେ ଦୀର୍ଘଦିନ ଧରି ଏହି ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି। ତେବେ ବୟସସୀମା ଅତିକ୍ରମ କରିଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।
ମଣିଭଦ୍ରା ଖବର,କଟକ


Post a Comment