ରାଇଘର ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ରାଇଘର (ମାମନି ଚକ୍ରବର୍ତ୍ତୀ )ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିରରେ ରାଇଘର ବ୍ଲକର ୨୬ ଗୋଟି ପଂଚାୟତର ଭିନ୍ନକ୍ଷମ ମାନେ ଯୋଗ ଦେଇ ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲେ।ରାଇଘର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ମିସାଗର ମାଝୀ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ମିସାଗର ମାଝୀ,ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର,ଶିକ୍ଷାମନ୍ତ୍ରୀ ଙ୍କ ପ୍ରତିନିଧି ସୁଦର୍ଶନ ମାଝୀ,ସାଂସଦ ଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ରନାଥ ଗଣ୍ଡ, ଜିଲ୍ଲା ପରିଷଦ ସଭ୍ୟ ନାନାରା ଖରା, ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ହରିଜନ, ହାଟଭରଣ୍ଡି ମେଡିକାଲ ଇନଚାର୍ଜ ଡକ୍ଟର ଦଶରଥ ନାଗ,ଏବିଓ ସୋନା ମାଝୀ,ରାଇଘର ସରପଞ୍ଚ ଲମ୍ବୋଧର ମାଝୀ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ସେହିପରି ଡ଼ିଏସଏସଓ ଶୁଧାଂଶୁ ପାତ୍ର ଉପସ୍ଥିତ ରହିଥିଲେ ।
ଶିବିରରେ ମୋଟ ୬୨୨ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିବା ବେଳେ ୪୧୫ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ପଞ୍ଜିକରଣରେ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ।ଏହି ଶିବିରରେ ଚକ୍ଷୁ ବିଭାଗ ର ଡାକ୍ତର ରାଜେଶ ଦାସ,କାନ,ନାକ, ଗଳା ବିଭାଗ ର ଡକ୍ଟର ତୃପ୍ତି ଷଡ଼ଙ୍ଗୀ, ଅସ୍ଥିସଲ୍ୟ ବିଭାଗ ର ଡକ୍ଟର ଗୁଡୁଲା ସୁନୀଲ ଙ୍କ ସମେତ ନବରଙ୍ଗପୁର ମେଡିକାଲ ରୁ ଡିଡିଆରସି ଷ୍ଟାଫ ୫ ଜଣ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରିଥିଲେ।
ଏହି ଅବସରରେ ଭିନ୍ନକ୍ଷମ ମାନକୁ ୨ ଟି ଟ୍ରାଏ ସାଇକେଲ ପ୍ରଦାନ କରାଯାଇଥିବା, ହୁଇଲ ଚ୍ୟାର ୩ ଟା, ଡିଆରଆଇ ଲୋନ ୪ ଟା, ତହସିଲ ବିଭାଗ ରୁ ଆୟକର ପ୍ରମାଣ ପତ୍ର ୪୬ ଜଣଙ୍କୁ ପ୍ରଦାନ କରାଯାଇଥିଲା, ଏହି ଶିବିର କୁ ରାଇଘର ବିଏସଏସଓ ଜ୍ଞାନନନ୍ଦ ମାଟିଆ, ଡିପିସି ଏମ. ଡି ସହେଲ ପରିଚାଳନା କରିଥିବା ବେଳେ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପଂଚାୟତର ସମିତି ସଭ୍ୟ,ସରପଞ୍ଚ,ଏବଂ ପିଇଓ ମାନେ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର,ରାଇଘର



Post a Comment