BREAKING
Loading...
:

ଦଶ ମାସ ଶିଶୁକୁ ଡାକ୍ତର ଦେଲେ ନୂଆ ଜୀବନ

 ଦଶ ମାସ ଶିଶୁକୁ ଡାକ୍ତର ଦେଲେ ନୂଆ ଜୀବନ...........................

ନୟାଗଡ଼ ( ରୀନା ସାହୁ) ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଉଥିବା ବେଳେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛି ଏକ ନିଷ୍ପାପ ଏଗାର ମାସର ଶିଶୁ ଜୀବନ l  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟବର୍ତ୍ତୀ ସିଙ୍ଗରମା ଗୋଡ଼ିସାହିର ଚିତ୍ତରଞ୍ଜନ ସେଠୀଙ୍କ ଏଗାର ମାସର ଶିଶୁପୁତ୍ର ବିନାୟକ ସେଠି ଏକ ଛୋଟ ପ୍ଲାଷ୍ଟିକ ଡବା ଯୁକ୍ତ ମେନଥୋପ୍ଲସଟିକୁ ଗିଳି ଦେଇଥିଲା l 



ପିଲାଟି କାନ୍ଦିବା ପରେ ପରିବାର ଲୋକ ଦେଖିଥିଲେ ଓ ବାହାର କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ l ତୁରନ୍ତ କାଳ ବିଳମ୍ବ ନ କରି ପରିବାର ଲୋକେ ଚାନ୍ଦପୁର ବସନ୍ତମଞ୍ଜରୀ ଚିକିତ୍ସାଳୟକୁ ଆଣିଥିଲେ l କାଳ ବିଳମ୍ବ ନକରି ଡାକ୍ତର ସ୍ଵାଗତିକା ରଥ ଦୀର୍ଘ ଏକ ଘଣ୍ଟାର ଚିକିତ୍ସା କରି ଶିଶୁପୁତ୍ରର ତଣ୍ଟି ଭିତରୁ ମେନଥୋପ୍ଲସ ଟିକୁ ବାହାର କରିଥିଲେ l ପରେ ଅଧିକ ଚିକିତ୍ସା ନିମିତ୍ତ ଶିଶୁକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା l ଶିଶୁପୁତ୍ରଟି ସୁସ୍ଥ ଥିବାର ପରିବାର ଲୋକ ସୂଚନା ଦେଇଛନ୍ତି l

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS