ବାଲିଯାତ୍ରା ପାଇଁ ୫ କି.ମି. ପରିଧି ନୋ-ଡ୍ରୋନ୍ ଜୋନ୍ ଘୋଷଣା l
ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଡ୍ରୋନ୍ ଉଡ଼ାଣ ଉପରେ କଟକ ଜିଲ୍ଲାପାଳଙ୍କ କଟକଣା l
କଟକ -: ଐତିହାସିକ ବାଲିଯାତ୍ରା କଟକ ୨୦୨୬ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ । ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଉଛି। ଗତବର୍ଷଗୁଡ଼ିକରେ ଏହି ମହୋତ୍ସବକୁ ୫୦ ଲକ୍ଷରୁ ଅଧିକ ଲୋକ ଆସୁଥିବାବେଳେ ଚଳିତ ବର୍ଷ ୬୦ ଏକରରୁ ଅଧିକ ପରିମିତ ଲୋୟର ଓ ଅପର ବାଲିଯାତ୍ରା ପଡ଼ିଆରେ ଏହାକୁ ଆହୁରି ଭବ୍ୟ ଭାବେ ଆୟୋଜନ କରାଯାଉଛି। ଏଥିରେ ବହୁ ବିଶିଷ୍ଟ ଅତିଥି ଓ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ନୋ-ଡ୍ରୋନ୍ ଜୋନ୍ ଅଞ୍ଚଳ ମଧ୍ୟରେ ପାରା ଗ୍ଲାଇଡର୍, ପାରା ମୋଟର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, UAV ଏବଂ ଡ୍ରୋନ୍ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ଆଦେଶ ଉଲ୍ଲଂଘନ କଲେ ନିଷିଦ୍ଧ ଉପକରଣଗୁଡ଼ିକୁ ଏନଫୋରସମେଣ୍ଟ ଟିମ୍ ଜବତ କରିବା ସହ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ନିର୍ଦ୍ଧାରିତ ଅଞ୍ଚଳ ଓ ସମୟସୀମା ମଧ୍ୟରେ ଏଭଳି ଉପକରଣ ବ୍ୟବହାର କରିବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥାମାନେ ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟୀକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق