BREAKING
Loading...
:

ରାଜ୍ୟରେ ବଦଳିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢାଞ୍ଚା: ପାସ୍ କରିବା ପାଇଁ ରଖିବାକୁ ହେବ ୩୦ ନମ୍ବର l

 ରାଜ୍ୟରେ ବଦଳିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢାଞ୍ଚା: ପାସ୍ କରିବା ପାଇଁ ରଖିବାକୁ ହେବ ୩୦ ନମ୍ବର l



ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ମଜଭୁତ ଏବଂ ଛାତ୍ର କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏବଂ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଏକ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି, ଯାହା ଅନୁଯାୟୀ ପ୍ରତି ବିଷୟରେ ପାସ୍ କରିବା ପାଇଁ ସର୍ବନିମ୍ନ ୩୦% ବା ୩୦ ନମ୍ବର ରଖିବା ବାଧ୍ୟତାମୂଳକ କରାଯାଇଛି।


ନୂତନ ବ୍ୟବସ୍ଥା ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷାରେ ମୋଟ ମୂଲ୍ୟାୟନର ୫୦ ପ୍ରତିଶତ ଆଭ୍ୟନ୍ତରୀଣ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ବାର୍ଷିକ ପରୀକ୍ଷାରୁ ନିର୍ଦ୍ଧାରିତ ହେବ। ପ୍ରତି ବିଷୟରେ ପାଇଁ ବାର୍ଷିକ ୧୦୦ ନମ୍ବର ରହିବ।




ଫେଲ୍ ହେଲେ ରିମେଡିଆଲ୍ ଟିଚିଂ: କୌଣସି ବିଷୟରେ ୩୦% ରୁ କମ୍ ନମ୍ବର ରଖିଲେ କିମ୍ବା ବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ସେହି ବିଷୟରେ ୪ ସପ୍ତାହର ସ୍ୱତନ୍ତ୍ର ରିମେଡିଆଲ୍ ଟିଚିଂ ଦିଆଯିବ।

 ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ ରଖିବା ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ଗଠନ ହେବ ଏବଂ ପରୀକ୍ଷାର ୭ ଦିନ ପୂର୍ବରୁ ପ୍ରଶ୍ନପତ୍ର ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କ ନିକଟରେ ପହଞ୍ଚି ସୁରକ୍ଷିତ ରଖାଯିବ।


ପଞ୍ଚମ ଶ୍ରେଣୀରେ ଉଭୟ ମୌଖିକ (୧୦ ନମ୍ବର) ଓ ଲିଖିତ (୯୦ ନମ୍ବର) ପରୀକ୍ଷା ହେବ। ଅନ୍ୟପକ୍ଷରେ ଅଷ୍ଟମ ଶ୍ରେଣୀରେ ସମ୍ପୂର୍ଣ୍ଣ ୧୦୦% ଲିଖିତ ପରୀକ୍ଷା କରାଯିବ।


ଆଭ୍ୟନ୍ତରୀଣ ମୂଲ୍ୟାୟନ: ଆଭ୍ୟନ୍ତରୀଣ ମୂଲ୍ୟାୟନରେ ଫର୍ମାଟିଭ୍ ଆସେସମେଣ୍ଟ (FA), ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ଏବଂ ସମ୍ମିଳିତ ମୂଲ୍ୟାୟନକୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଓ ଦ୍ୱିତୀୟ ଟର୍ମରେ ଏଫ୍‌ଏ ଏବଂ ଶିକ୍ଷକ ପର୍ଯ୍ୟବେକ୍ଷଣ ସହିତ ବାର୍ଷିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ନମ୍ବର ବଣ୍ଟନ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS