ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା , ତାରିଖ ଘୋଷଣା କଲା CHSE
ରାଜ୍ୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବ ଚଳିତ ଶିକ୍ଷାବର୍ଷର ବାର୍ଷିକ ଯୁକ୍ତ ଦୁଇ (CHSE) ଥିଓରୀ ପରୀକ୍ଷା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବିଧିବଦ୍ଧ ଭାବେ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ପରୀକ୍ଷା ତାରିଖ ଘୋଷଣା ହେବା ପରେ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଜୋରଦାର ହୋଇଛି!.
ପରିଷଦ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ , ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷାରେ କଳା , ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଥିଓରୀ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ପ୍ରାକ୍ଟିକାଲ ବା ପ୍ରୟୋଗାତ୍ମକ ପରୀକ୍ଷା ଓ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଶେଷ କରାଯିବ। ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି!.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق