BREAKING
Loading...
:

ଆଦିବାସୀ ମାନଙ୍କ ହକ୍ ଓ ଅଧିକାର ନେଇ ବନ ବିଭାଗ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କୋରାଯିବା ପାଇଁ ବୈଠକ

 ଆଦିବାସୀ ମାନଙ୍କ ହକ୍ ଓ ଅଧିକାର ନେଇ ବନ ବିଭାଗ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କୋରାଯିବା ପାଇଁ ବୈଠକ ।



ବନ୍ଧୁଗାଁ  ,ଚଳିତ ମାସ  ୮ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ  ଦ୍ୱାରା ନାରାୟଣ ପାଟଣା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତ ପାଞ୍ଚିଗିଂ ଗାଁ ଠାରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା I ଏଥିରେ ରାଜସ୍ବ କର୍ମଚାରୀ ଜଙ୍ଗଲ ଜମି, ଘର ଡିହ ପଟା ପ୍ରଦାନ କରିବା, ଜଙ୍ଗଲ ଜମି ଚିହ୍ନଟ କରିବା ପାଇଁ ଆର,ଆଇ ଓ ଓମିନ ମାସିକ ୧୫ ଦିନ କାମ କରିବା, ଭିବି ଜି ରାମ ଜି ଆଇନ ବାତିଲ କରିବା ସହ ମନରେଗା ଯୋଜନାର ଆଇନ ଲାଗୁ କରିବା ଦୈନିକ ୭୦୦ ଟଙ୍କା ମଜୁରୀ ପ୍ରଦାନ କରିବା ଓ ସମସ୍ତଙ୍କୁ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଇବା,ପେନସନ ଧାରି କାରିଙ୍କୁ ମାସିକ ୩୦୦୦ ଟଙ୍କା ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ ଟଙ୍କା ଯୋଗାଇବା,ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ କାର୍ଡ ଧାରିକୁ ୫୦ କେଜି ଚାଉଳ, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ କରିବା, କୃଷକ ବିରୋଧି ବିହନ ବିଲ ବାତିଲ କରିବା, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ବାତିଲ କରିବା ଦେବା ପାଇଁ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ  ତ୍ରିପତି ଗମାଙ୍ଗ ଆଦିବାସୀ ମାନଙ୍କ ଅଧିକାର ନେଇ ଡିସେମ୍ବର ମାସରେ ବନ୍ଧୁଗାଁ ବ୍ଲକର ବନ ବିଭାଗ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିବା ପାଇଁ ଆହ୍ବାନ ଦେବାପାଇଁ ଆଜିର ବୈଠକରେ ନିର୍ଦ୍ଦାରିତ ହୋଇଥିଲା I ଏଥିରେ ନାରାୟଣ ପାଟଣା ଅଞ୍ଚଳର ବିରେନ୍ଦ୍ର ମିଣିଆକା, ଜଗା ହିକକା, କୈସୀକ ଖରା, କୃଷ୍ଣ ତାଡିଙ୍ଗି,ରାଜେସ ମାଣ୍ଡିଙ୍ଗି, ଆସୁ ପିଡିକା, ଚିତ୍ର ନାଚିକା, ଅର୍ଜୁନ ମି ଣିଆକା, ସାନାସା ମାଣ୍ଡାଙ୍ଗି, ଓ 

ନିବେଦକ ଓଡ଼ିଶା ରାଜ୍ୟ କମିଟି ସଭ୍ୟ 

ସିପିଆଇ(ଏମଏଲ) ଲିବରେସନ ର ମୁଖ୍ୟ ବକ୍ତା ତ୍ରିପତି ଗମାଙ୍ଗ ଓ ନାରାୟଣ ପାଟଣା ବ୍ଲକ କମିଟି ର କିଛି ସଦସ୍ୟ ମାନେ ଉକ୍ର କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS