BREAKING
Loading...
:

ଗିଭ୍ ବ୍ଲଡ ସେଭ୍ ଲାଇଫ ତରଫରୁ ଶିଶୁ ଦିବସ ପାଳିତ

 ଗିଭ୍ ବ୍ଲଡ ସେଭ୍ ଲାଇଫ ତରଫରୁ ଶିଶୁ ଦିବସ ପାଳିତ 



ଆଜି ତା ୧୪-୧୧-୨ ୦୨୬ରିଖ ଇଟାମାଟି "ଗିଭ ବ୍ଲଡ ସେଭ୍ ଲାଇଫ"

ତରଫରୁ IMMS କଲେଜ ଜ୍ୟୋତିବିହାର, ଇଟାମାଟିଙ୍କ ସହଯୋଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଶିଶୁ ଦିବସ ପାଳନ ହୋଇ ଯାଇଛି। ପ୍ରତ୍ୟେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତା କରା ଯାଇଥିଲା। ବିଚାରକ ଭାବେ ଡ. ସୁକାନ୍ତି ମହାନ୍ତି,ଡ଼. ହରିବନ୍ଧୁ ଦାଶ, ବିମ୍ବାଧର ସାଥୁଆ, ମୀନକେତନ ଷଡ଼ଙ୍ଗୀ, ଉମାକାନ୍ତ ଦାଶ ଓ ମହେଶ ଚନ୍ଦ୍ର ଜୟସିଂ ରହିଥିଲେ। ପ୍ରବନ୍ଧରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ,ସ୍ଥାନ ଅଧିକାର କରିଥିଲେ ସମୀକ୍ଷା ପୃଷ୍ଟି, ବିଷ୍ଣୁ ପ୍ରିୟା ପ୍ରଧାନ, ସୌମ୍ୟା ସାହୁ,। ହସ୍ତାକ୍ଷର ରେ ସୁଶ୍ରୀ ସଙ୍ଗୀତା ପ୍ରଧାନ, ବୈଷ୍ଣବୀ ଦେବୀ, ସୃଷ୍ଟି ଶୋଭିତା ଓ ଚିତ୍ରାଙ୍କନରେ ନୀଳିମା ସାଗରିକା, ନୀତିନ କୁମାର ସାହୁ, ଅଶ୍ୱିନୀ କୁମାର ଭୂୟାଁ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଗିଭ୍ ବ୍ଲଡ଼ ସେଭ୍ ଲାଇଫ୍ ର ସଭାପତି ଭାଗିରଥୀ ବାଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଡ. ସୁକାନ୍ତି ମହାନ୍ତି, ସମେତ ସୁଦର୍ଶନ ଦାଶ, ଶରତ ମଙ୍ଗରାଜ ବାଞ୍ଛାନିଧି ବେହେରା, ସଞ୍ଜିତ ରୋଶନ ପଟ୍ଟନାୟକ, କୃପାସିନ୍ଧୁ ମହାନ୍ତି ଯୋଗ ଦେଇ ଥିଲେ। ଶିଶୁ ହସିଲେ ଜଗତ ହସେ। ଆଜିର ଶିଶୁ ଆସନ୍ତା କାଲିର ନାଗରିକ ଓ ଦେଶର ମେରୁଦଣ୍ଡ। ଶିଶୁକୁ ଉପଯୁକ୍ତ ଭାବେ ଗଢି ତୋଳିବା ହେଉଛି ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରତିଯୋଗିତା ରେ ସଫଳତା ପାଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ସମାଜ ସେବୀ ଅଶ୍ୱିନୀ କୁମାର ସେଠୀଙ୍କୁ ସମାଜ ସେବା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା।ସଭା ସଂଯୋଜନା କରି ଥିଲେ ଗୋଲଖ ଭାଇ। ନିକୁଲ୍ ର ସମ୍ପାଦକ ଦିଲ୍ଲୀପ ସାହୁ, ବାବୁଲ ଦାସ , ଶରତ ଦାସ, ପ୍ରକାଶ ଖୁଣ୍ଟିଆ,ଦେବରାଜ ସାହୁ ଇତ୍ୟାଦି ସହଯୋଗ କରିଥଲେ। ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧକ୍ଷ ସହିତ ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀ ,ସହକର୍ମୀ ମାନେ ସହଯୋଗର ହାତ ବଢାଇଥିଲେ। ଭାଗିରଥୀ ବାଇଙ୍କ ଏତାଦୃଶ କାର୍ଯ୍ୟକୁ ଅତିଥି ମାନେ ତଥା ଜନ ସାଧାରଣ ପ୍ରଶଂସା କରିଥଲେ। ସଭା ଶେଷରେ ସଭାପତି ଭାଗିରଥୀ ବାଇ ଗୀଭ୍ ବ୍ଲଡ଼ ସେଭ୍ ଲାଇଫ ର କର୍ମ କର୍ତ୍ତା ଓ ସଭ୍ୟ ମାନଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇ ଥିଲା। ପିଲା ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇ ଥିଲା।

ମଣିଭଦ୍ରା ଖବର,

Post a Comment

أحدث أقدم
Header ADS