BREAKING
Loading...
:

ଟେଲିଫୋନ ସେବାରୁ ବଞ୍ଚିତ ଶ୍ରାମବାଡି ଗ୍ରାମବାସୀ:-

 ଟେଲିଫୋନ ସେବାରୁ ବଞ୍ଚିତ ଶ୍ରାମବାଡି ଗ୍ରାମବାସୀ:-

ଜିଲ୍ଲାପାଳଙ୍କ ନିକଟକୁ ଦ୍ବାରସ୍ଥ ହେଲେ ନୂତନ ଟାୱାର ନିର୍ମାଣ ପାଇଁ ଦାବି ପତ୍ର।




କନ୍ଧମାଳ,

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଭ୍ରମର ବାଡ଼ି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶ୍ରାମବାଡି ଗ୍ରାମ ଟେଲିଫୋନ ସେବାରୁ ବଞ୍ଚିତ। କନ୍ଧମାଳ ଜିଲ୍ଲାପାଳଙ୍କ ପାଖରେ ନୂତନ ଟାୱାର ନିର୍ମାଣ ପାଇଁ ଦାବି ପତ୍ର।ଗତ ରବିବାର ଦିନ ଗ୍ରାମ ପ୍ରାଙ୍ଗଣରେ ଏକ ନୂତନ ଜିଓ ଟାୱାର ନିର୍ମାଣ ନେଇ ୱାର୍ଡ ସଭ୍ୟା ଶ୍ରୀମତୀ ପ୍ରିସିଂକା ମଳିକଙ୍କ ଆହ୍ୱାନ କ୍ରମେ ଏକ ବୈଠକ ଅନୁଷ୍ଠିତ କରାଯାଇ ଉକ୍ତ ଗ୍ରାମ ବାସୀ ନିଷ୍ପତ୍ତି ଅନୁଯାୟୀ  କନ୍ଧମାଳ ଜିଲ୍ଲାପାଳଙ୍କୁ ନୂତନ ଜିଓ ଟାୱାର ନିର୍ମାଣ ନେଇ ଏକ ଲିଖିତ ଅଭିଯୋଗ କରିବା ପାଇଁ। ଗ୍ରାମ ବାସୀଙ୍କ ତରଫରୁ ଲେଙ୍କା ନାୟକ, ଯୋଷେଫ ମଳିକ, ତ୍ରିଲୋଚନ ନାୟକ, ଅଶୋକ ମଳିକ, ଚିରଞ୍ଜିବୀ ନାୟକ,ରିନ୍ତୁ ମଳିକ, ଅଞ୍ଜନ ମଳିକ,ମାନସ ମଳିକ, ବବୁଲ ମଳିକ,ସଞ୍ଜେପ ମଳିକ,ରାଜା ମଳିକ, କାବେରୀ ମଳିକ, ଅଙ୍କିତା ମଳିକ,ଅଜୟ ମଳିକ। ଏହି ୧୫ ଜଣ ମହିଳା ପୁରୁଷ ମିଶି ଜିଲ୍ଲା ପାଳଙ୍କ ନିକଟରେ ଗୁହାରି କରିଥିବା ଦେଖିବାକୁ ମିଳିଛି। ଟାୱାର ଅଭାବରୁ ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳ ଅବହେଳିତ ଶ୍ରାମବାଡି ଗ୍ରାମ। ଶ୍ରାମବାଡି ଗ୍ରାମର ସୀମାନ୍ତରେ ଅବସ୍ଥିତ ୭ ଖଣ୍ଡ ଗାଁ ରହିଛି।ବ୍ଲଦୁ ବାଡ଼ି,ନାହୁଡି ବାଡ଼ି,କେରୁବାଡି,ବଗାଟି  ବଦେପଙ୍କା,କାଲେଙ୍ଗ ବାଡ଼ି, ଏହି ୭ ଗୋଟି ଗାଁ ସ୍ୱାଧୀନତାର  ୭୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମ ଗୁଡିକୁ ଅଣଦେଖା କରାଯାଉଛି। କାରଣ ଏହି ଗ୍ରାମ ସରକାର ଏବଂ ଦାରିଙ୍ଗବାଡ଼ି ପ୍ରଶାସନର ସାବତ ଗାଁ। ଏହି ନୂତନ ଜିଓ ଟାୱାର ନେଇ ଅନେକ ବିଧାୟକ ମହାଶୟ ମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ଏହି ଅଞ୍ଚଳର ଭୋଟ ନେଇ ବିଧାୟକ ହେଇ ବିଦାୟ ନେଇ ବିରାଜମାନରେ ପେନସନ ପାଇ ଅଛନ୍ତି କିନ୍ତୁ ଅଞ୍ଚଳର ସମସ୍ୟା ସମାଧାନ କଲେ ନାହିଁ। ଏହି କ୍ଷେତ୍ରରେ ଆଜିର ଡିଜିଟାଲ ଯୁଗ ହିସାବରେ ଗ୍ରାମବାସୀମାନେ ଟାୱାର ଯୋଗ ଭଳି ମୌଳିକ ସୁବିଧାରୁ ଅଭାବରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜରୁରୀକାଳୀନ ପରିସ୍ଥିତି ହେଉ କିମ୍ବା ଗର୍ଭ ବତୀଙ୍କୁ ଆମ୍ବୁଲାନ୍ସ ଯୋଗା ଯୋଗି ହେଉ କିମ୍ବା ସ୍କୁଲ କଲେଜ ପିଲା ମାନଙ୍କର ପଢ଼ା ଦିଗରେ ହେଉ ଟେଲିଫୋନ ଯୋଗେ କଥା ବାର୍ତ୍ତା ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି।ଦେଖାଯାଉ ଜିଲ୍ଲା ପାଳ ମହାଶୟ ଶ୍ରାମବାଡି ଗ୍ରାମ ବାସୀନ୍ଦାଙ୍କ ଦୁଃଖ ଦୂର କରିବେ ବୋଲି ଆଶା। ଯେତେ ଶୀଘ୍ର ନୂତନ ଜିଓ ଟାୱାର ନିର୍ମାଣ ହେବ ଅପେକ୍ଷାରେ ଶ୍ରାମବାଡି ବାସୀ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS