BREAKING
Loading...
:

ବ୍ରିଜ ତଳକୁ ଖସିଲା ବାଇକ ଜଣେ ଗୁରୁତର, ଅନ୍ୟ ଜଣେ ମୃତ୍ୟୁ

 ବ୍ରିଜ ତଳକୁ ଖସିଲା ବାଇକ ଜଣେ ଗୁରୁତର, ଅନ୍ୟ ଜଣେ ମୃତ୍ୟୁ ।


 



କନ୍ଧମାଳ:-

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ସଦର ମହକୁମା ଡାକପାଲା ଓ ନଦିଖଣ୍ଡି ସାହି କୁ ସଂଯୋଗ କରୁଥିବା ଡାକପାଲା ବ୍ରିଜ ରେ ଦୁଇ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଛନ୍ତି। ସୂଚନା ପ୍ରକାରେ ବିଶିପଡା ର ପ୍ରମୋଦ  ବେହେରା ଓ ଶ୍ରୀକାନ୍ତ ବେହେରା ଉଭୟ ମିଶି ଗତ ରାତ୍ର ୧୦ ଟା ସମୟ ରେ ଡାକପାଲା ନିକଟସ୍ଥ ଅଲାମିକୁ କୌଣସି କାମରେ ଯାଇ ଫେରିବା ସମୟରେ ଡକପାଲା  ବ୍ରିଜ ରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ବାଇକ ସହ ପଡ଼ିଯାଇଥିଲେ। ଡ୍ୟାମ ର ଉପର ପଟେ ପଡ଼ି ଡ୍ୟାମ ର ଗେଟ ଭିତରେ ପଶି ପାଣି ର ସୁଅରେ ଅପର ପଟେ ବାହାରି ଥିଲେ। କିଛି ସମୟ ପରେ ଶ୍ରୀକାନ୍ତ ବେହେରା ପାଣି ସୁଅରୁ ବର୍ତ୍ତୀ ଯାଇ ଉପରକୁ ଉଠିଯାଇଥିଲେ। ହେଲେ ସେ ଗୁରୁତର ହୋଇଥିବା ବେଳେ ସଙ୍ଗେସଙ୍ଗେ ତାଙ୍କ ପୁଅ  ଚିକିତ୍ସା ପାଇଁ ଡାକରଖାନା କୁ ନେଇଥିଲେ। ଖଵର ପାଇ ଫୁଲବାଣୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଜଣଙ୍କୁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ମିଳିପାରିନ ଥିଲା।  ବହୁ ପରିଶ୍ରମ କରି ଦିନ ତମାମ୍ ଖୋଜଖୋଜି କରିବା ପରେ ବହୁ କଷ୍ଟରେ ପ୍ରମୋଦ ଙ୍କ ମୃତ୍ୟୁ ଶରୀର ମିଳିଥିଲା। ତାହା ଖଵର ପାଇ ଫୁଲବାଣୀ ବିଧାୟକ ପ୍ରତିନିଧି ତଥା ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ଉଭୟ ପରିବାର ଙ୍କୁ ଭେଟି ସାନ୍ତନା ଜଣାଇଥିଲେ । ସଦାବେଳେ ଲୋକମାନଙ୍କ ପାଇଁ  ସୁଖଦୁଃଖରେ ଠିଆ ହେଉଥିବା ରୁ କହଁର ଙ୍କୁ ଧନ୍ୟବାଦ ଦେଉଥିବା ମଧ୍ୟ ଦେଖୁବାକୁ ମିଳୁଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS