BREAKING
Loading...
:

ବିକାଶ ଅପହଞ୍ଚ:ରାସ୍ତା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ମୁଣ୍ଡିମାସ୍କା ଗ୍ରାମବାସୀ...

 ବିକାଶ ଅପହଞ୍ଚ:ରାସ୍ତା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ମୁଣ୍ଡିମାସ୍କା ଗ୍ରାମବାସୀ...



କନ୍ଧମାଳ:-

ଦେଶ ସ୍ବାଧୀନତାର ଆଠ ଦଶନ୍ଧି ପୂରିବାକୁ ବସିଥିବା ବେଳେ ଆଜି ବି ଅନେକ ଗ୍ରାମାଞ୍ଚଳରେ ବିକାଶର ଚିତ୍ର ଅଧୁରା ରହିଛି ଏହାର ଏକ ଜ୍ୱଳନ୍ତା ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଗାଁ। ଏହି ଗାଁ ରେ ୩୫ ଆଦିବାସୀ ପରିବାର ଲୋକେ ବସବାସ କରୁଛନ୍ତି। ଆଜି ବି ଏହି ଗାଁ ଲୋକେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ଭଲ ରାସ୍ତା ନଥିବାରୁ ଦୈନନ୍ଦିନ ଯାତାୟାତ ଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକ ଙ୍କୁ ଅସୁବିଧା ଭୋଗିବାକୁ ପଡୁଛି। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରୀଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ବେଳେ ଏହି ଗାଁ ମୌଳିକ ସୁବିଧାରୁ ଅଭାବ, ଯୋଜନା ର ସଫଳ ରୂପାୟନ କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ଚାରିପଟେ ପାହାଡ଼, ପର୍ବତ ଓ ଘଞ୍ଚ ଜଙ୍ଗଲ। ମୁଖ୍ୟ ରାସ୍ତା ଠାରୁ ଦୁଇ କିଲୋମିଟର ହେବ ମୁଣ୍ଡିମାସ୍କା ଗ୍ରାମ ଉପଯୁକ୍ତ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ଦୁଃଖ କହିଲେ ନସରେ।ବିଶେଷକରି ବର୍ଷା ଦିନେ ଆସିଲେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ୁଥିବାରୁ ଲୋକଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଉଛି। ଦୈନନ୍ଦିନ ଆବଶ୍ୟକତା ପାଇଁ ଗ୍ରାମ ବାହାରକୁ ଯିବା ମଧ୍ୟ କଷ୍ଟକର ହେଉଛି।ଏହି ଗାଁ କୁ ରାସ୍ତା ନିର୍ମାଣ କରିବା ନିମନ୍ତେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଏହି ରାସ୍ତା ସମସ୍ୟାର ଦାବି ପୂରଣ ହେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ଦିନର ଏହି ରାସ୍ତା ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରଶାସନ ଓ ଜନପ୍ରତିନିଧି ଙ୍କ ଦୃଷ୍ଟି କେବେ ପଡ଼ିବ ତାହା ଅପେକ୍ଷାରେ ମୁଣ୍ଡିମାସ୍କା ଗ୍ରାମବାସୀ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS