BREAKING
Loading...
:

ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର ଅଭିଯୋଗ

 ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର ଅଭିଯୋଗ



ଚାଷଜମି ନିକଟରୁ ବିଦ୍ୟୁତ୍ ତାର ଓ କାଠ ଖୁଣ୍ଟ ଜବତ, ଶିକାରୀଙ୍କ ପତ୍ତା ପାଉନି ବିଭାଗ ।


ଲାଞ୍ଜିଗଡ଼,  -: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ନୂଆ ନୂଆ କୌଶଳ ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ବିଶେଷକରି ବିଦ୍ୟୁତ୍ ତାର ବିଛାଇ ଜଙ୍ଗଲୀ ବାରହା ଶିକାର କରାଯାଉଥିବା ଘଟଣା ଅଞ୍ଚଳରେ ଉଦ୍‌ବେଗର କାରଣ ପାଲଟିଛି।ସୂଚନା ଅନୁଯାୟୀ, ବିଜେପୁର ପଞ୍ଚାୟତର ଭେଜରାଙ୍ଗ, ବାତେରେପଡ଼ା, ସର୍ଗିଗୁଡ଼ା ଓ ଥୁଆଗୁଡ଼ା ଆଦି ଗ୍ରାମ ନିକଟବର୍ତ୍ତୀ ଚାଷଜମି ପାର୍ଶ୍ୱରେ ୧୧ କେଭି ବିଦ୍ୟୁତ୍ ଲାଇନ୍‌ରୁ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ କରାଯାଇ ଜଙ୍ଗଲୀ ବାରହା ଶିକାର କରାଯାଉଥିବା ଅଭିଯୋଗ ଆସିଛି। ଏଭଳି ବିପଜ୍ଜନକ ଉପାୟରେ ବନ୍ୟଜନ୍ତୁ ଶିକାର କରାଯିବା ସହ ମଣିଷ ଓ ଗୃହପାଳିତ ପଶୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି।ଏହି ଘଟଣା ସମ୍ପର୍କରେ ଖବର ପାଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାର ଓ ଗଛରେ ନିର୍ମିତ ଖୁଣ୍ଟ ଜବତ କରାଯାଇଛି। ତେବେ ଏହି କାର୍ଯ୍ୟରେ ସମ୍ପୃକ୍ତ ଶିକାରୀମାନଙ୍କୁ ଏଯାଏଁ ଚିହ୍ନଟ କରାଯାଇପାରିନାହିଁ। ଫଳରେ ଏଭଳି ବେଆଇନ କାର୍ଯ୍ୟ ପଛରେ କେଉଁମାନେ ରହିଛନ୍ତି, ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ବନ ବିଭାଗ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ଏଥିସହ ଏଭଳି ବେଆଇନ ଶିକାର ରୋକିବା ପାଇଁ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗର ମିଳିତ ନଜରଦାରୀ ବଢ଼ାଇବାକୁ ମଧ୍ୟ ମତ ପ୍ରକାଶ ପାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS