*ବ୍ରହ୍ମପୁରରେ Walker International ର ୪୦ ବର୍ଷ ପୂର୍ତ୍ତି ଉତ୍ସବ ୧୪ ତାରିଖ ଶନିବାର ପବିତ୍ର ଶିଶୁ ଦିବସରେ ପାଳନ କରାଯାଈଛି l ଏହି ଅବସରରେ ପ୍ରାତଃ ସମୟରେ ବଡ଼ ମେଡିକାଲ ଗେଟ ସମ୍ମୁଖରୁ ଏକ ସଚେତନତା ପଦଯାତ୍ରା ବହାରି ରାମଲିଙ୍ଗମ ପୋଖରୀ ହନୁମାନ ମୂର୍ତ୍ତି ପଯ୍ୟନ୍ତ ଯାଇଥିଲା l ଏହାକୁ International ସଭାପତି ଡାକ୍ତର ପି ରବି ରାଜୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏଥିରେ ବିଭିନ୍ନ ୱାକର କ୍ଲବ ସଦସ୍ୟଙ୍କ ସମେତ ଫିଜିକଲ ଏକାଡେମୀର ୩୦୦ ସଦସ୍ୟ ସଂସ୍ଥା ମୁଖ୍ୟ ସୀମାଞ୍ଚଳ ବାରିକଙ୍କ ନେତୃତ୍ୱରେ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ l ପରେ ପରେ ଧର୍ମନଗର ରୋଟରୀ ଇଷ୍ଟ ସମ୍ମିଳନୀ କକ୍ଷରେ ୱାକର କ୍ଲବ ବ୍ରହ୍ମପୁରର ୧୧ତମ ସାଧାରଣ ପରିଷଦ ବୈଠକ ସଭାପତି ବି ପ୍ରସନ୍ନ କୁମାର ପୃଷ୍ଟିଙ୍କ ପୌରହିତରେ ଅନୁଷ୍ଟିତ ହୋଇଥିଵା ବେଳେ ସମ୍ପlଦକ ପି ମହେଶ୍ୱର ରାଓ ବୀବରଣୀ ପାଠ କରିଥିଲେ l ଏଥିରେ ମୁଖ୍ୟ ଅତିଥି ରୂପେ International ସଭାପତି ଡାକ୍ତର ପି ରବି ରାଜୁ ଯୋଗଦେଇଥିବା ବେଳେ international ସଂମ୍ପାଦକ କେ ରବି ରାଜୁ, ଡିଷ୍ଟ୍ରିକ ଗଭର୍ନର ରାଜ କିଶୋର ସ୍ୱାଇଁ, ଡାକ୍ତର ଜୟନ୍ତ ରାଓ, ଡାକ୍ତର ପଦ୍ମନାଭ ରାଓ ପ୍ରମୁଖ ମଞ୍ଚାସିନ ଥିଲେ l ପରେ ପରେ ସମସ୍ତ ଅତିଥି, ପଦାଧିକାରୀ ଓ କର୍ମକର୍ତ୍ତା ପୋଷ୍ୟ ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରିବା ସହ ପୋଷ୍ୟ ଗ୍ରାମ ଢେପଗୁଡ଼ା ଓ ସାନ କଙ୍କିଆ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଅପରାହ୍ନରେ ବ୍ରହ୍ମପୁରର ସମସ୍ତ ୱାକର କ୍ଲବ ତରଫରୁ ଖଲିକୋଟ ୟୁନିଭରସିଟି ସମ୍ମୁଖରୁ ପ୍ରକାଶମ ହଲ ପଦ୍ୟନ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ସଂଧ୍ୟାରେ ପ୍ରକାଶମ ହଲରେ ୪୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା l ଏଠାରେ International ସଭାପତିଙ୍କ ଉପସ୍ଥିତିରେ ସଭା, ସମ୍ବର୍ଦ୍ଧନା ଉତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق