BREAKING
Loading...
:

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ,୪ ମହଲାରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା।

 




ବଡ଼ ଅଘଟଣ ର ମିଳିଛି ସୂଚନା।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ,୪ ମହଲାରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା।

ଉତ୍ୟକ୍ତ ଲୋକ ଡାକ୍ତର ଖାନା ରେ ପକେଇଲେ ତାଲା।

ରୋଗୀ ସେବା ହେଲା ବାଧାପ୍ରାପ୍ତ।,  ଢେଙ୍କାନାଳ।


     ଅଭାବନୀୟ ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ।ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।ମୃତ ରୋଗୀ ଜଣକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ମୃତକ ଟାଉନ ଥାନା ଗାନ୍ଧୀ ମନ୍ଦିରର ଯୁବକ ମନୋଜ ଦେହୁରୀ।ତେବେ କେଉଁ ପରିସ୍ଥିତିରେ ସେ ୪ ମହଲାରୁ ଡେଇଁ ପଡିଲେ ତାହା ଅସ୍ପଷ୍ଟ ରହିଛି। ଘଟଣା ପରେ ଡାକ୍ତରଖାନାରେ ଚାଞ୍ଚଲ୍ୟ ଖେଳିଯାଇଛି।ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ହସ୍ପିଟାଲ କୁ ବନ୍ଦ କରିବା ପାଇଁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି।ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଚାରିଆଡ଼େ ଅସନ୍ତୋଷ ର ବାତାବରଣ ଦେଖିବାକୁ ମିଳିଛି। ତେବେ 

ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିବା ସହିତ ପରିସ୍ଥିତି ଉପରେ ନଜର ରଖିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS