BREAKING
Loading...
:

ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ ।

 ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ ।



ବାଲିଗୁଡା, - : -: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେତବାଡ଼ି ଗ୍ରାମରେ ଦୀର୍ଘ ମାସ ଧରି ଉତ୍କଟ ଜଳକଷ୍ଟ ଲାଗିରହିଛି। ଗ୍ରାମରେ ୧୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ସମସ୍ତଙ୍କ ଭରସା କେବଳ ଗୋଟିଏ ନଳକୂପ। ହେଲେ ଏହି ନଳକୂପରୁ ମଧ୍ୟ ନିୟମିତ ଓ ସ୍ୱଚ୍ଛ ପାଣି ମିଳୁନଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ମାସ ହେଲା ନଳକୂପରୁ ଗୋଳିଆ ପାଣି ବାହାରୁଛି। ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଏହି ପାଣିକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି ଲୋକେ। ଫଳରେ ଗ୍ରାମର ଏକାଧିକ ବ୍ୟକ୍ତି କିଡ୍‌ନୀ ରୋଗ, ଜଣ୍ଡିସ୍‌ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ରୋଗଗୁଡ଼ିକର କାରଣ ନଳକୂପର ଦୂଷିତ ପାଣି କି ନୁହେଁ, ତାହାର ବୈଜ୍ଞାନିକ ଯାଞ୍ଚ ହୋଇନଥିବାରୁ ଏନେଇ ଚିନ୍ତା ବଢ଼ିଛି। ତୁରନ୍ତ ଜଳର ଗୁଣବତ୍ତା ପରୀକ୍ଷା କରିବା ସହ ଗ୍ରାମବାସୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଜରୁରୀ ହୋଇପଡ଼ିଛି।

ଗ୍ରାମବାସୀ ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ସ୍ନେହଲତା ମାଡାମ ଙ୍କୁ ଅବଗତ କରାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ତୁରନ୍ତ ନଳକୂପର ପାଣି ପରୀକ୍ଷା କରିବା, ଆବଶ୍ୟକ ହେଲେ ନଳକୂପର ମରାମତି କିମ୍ବା ନୂତନ ନଳକୂପ ସ୍ଥାପନ କରିବା ସହ ଅନ୍ତରୀଣ ଭାବେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ବେତବାଡ଼ି ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS