BREAKING
Loading...
:

ବଡ଼କମର ବ୍ରାହ୍ମଣୀ ସେତୁ ଆସୁନାହିଁ ଲୋକଙ୍କ କାମରେ

 ବଡ଼କମର ବ୍ରାହ୍ମଣୀ ସେତୁ ଆସୁନାହିଁ ଲୋକଙ୍କ କାମରେ।



ପରଜଙ୍ଗ, ଢେଙ୍କାନାଳ।


       ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼କମର ଠାରୁ ଖଡ଼ଗପ୍ରସାଦ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ କୋଟି କୋଟି ଟଙ୍କାର ସେତୁ ଆଜି ଲୋକଙ୍କ କାମରେ ଆସୁନାହିଁ। ବ୍ରାହ୍ମଣୀ ନଦୀ ଉପରେ ୮୧,୫୭,୫୫,୯୬୦ ଟଙ୍କା (ଏକାଅଶୀ କୋଟି ସତାବନ ଲକ୍ଷ ପଞ୍ଚାବନ ହଜାର ନଅ ଶହ ଷାଠିଏ ଟଙ୍କା) ବ୍ୟୟରେ ଆର.ଆଇ.ଡି.ଏଫ ସହାୟତାରେ ପୂର୍ତ୍ତ ବିଭାଗ ଦ୍ୱାରା ବିଶାଳ ସେତୁ ନିର୍ମାଣ କରାଯାଇ ଥିବା ବେଳେ ୨୦୧୯ ଡିସେମ୍ବର ୨୫ ତାରିଖରେ ଏହାର ଭୂମିପୂଜନ ହୋଇଥିଲା।

        ସେତୁ ତିଆରି ହେଲା,ବୋର୍ଡ ଲାଗିଲା,ଉଦଘାଟନ ଫଳକ ବି ଲାଗିଲା,ହେଲେ ସେତୁକୁ ସଂଯୋଗ ରୋଡ୍ ଆଜି ଯାଏଁ ମାଟି ରାସ୍ତା ହୋଇ ପଡ଼ିଛି। ଗାଡ଼ି ଯିବା ବହୁତ କଷ୍ଟ,ବର୍ଷା ହେଲେ ଯିବା ଅସମ୍ଭବ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ସେତୁ ଖୋଲିଲେ ପରଜଙ୍ଗ,କଙ୍କଡାହାଡ଼,ମହାବୀରୋଡ୍ ଓ ଆଖପାଖର ହଜାର ହଜାର ଲୋକ ଉପକୃତ ହୁଅନ୍ତେ କିନ୍ତୁ ୬ ବର୍ଷ ବିତିଯିବା ପରେ ବି ସେତୁ ଖୋଲି ନାହିଁ।

       ସାଧାରଣ ରେ ଏବେ ବଡ଼ ପ୍ରଶ୍ନ ଏତେ ଟଙ୍କା ଖର୍ଚ୍ଚ ପରେ ବି ଲୋକେ ସୁବିଧା ପାଉନାହାଁନ୍ତି କାହିଁକି? ପ୍ରଶାସନ କେବେ ଆପ୍ରୋଚ ରୋଡ୍ ସାରି ଏହାକୁ ଲୋକାର୍ପଣ କରିବ? ସେତୁ କେବେ ଜନସାଧାରଣ ଙ୍କ ସେବା ରେ ଲାଗୁଛି ତାହା ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS