ରତାପାଟ ଗ୍ରାମରେ ଅବକାରୀ ବିଭାଗର ମିଳିତ ଚଢ଼ାଉ।ଦେଶୀମଦ ଓ ତିନି କିଲୋ ଗଞ୍ଜେଇ ଜବତ।
ରତାପାଟ,ବଡ଼ମ୍ବା,କଟକ।
ପ୍ରାପ୍ତ ସୂଚନା କ୍ରମେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମରେ ଅବକାରୀ ବିଭାଗର ମିଳିତ ଚଢ଼ାଉ ଫଳରେ ୨୨୪୦ ଲିଟର ଦେଶୀ ମଦ ଓ ୩ କିଲୋ ଗଞ୍ଜେଇ ଜବତ ହୋଇଛି। ଚଢ଼ାଉ ସମୟରେ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଓ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବଡ଼ମ୍ବା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି।କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼, ବାଙ୍କୀ, ନରସିଂହପୁର ଅବକାରୀ ଥାନା ଓ ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଘଟଣାରେ ଅଭିଯୁକ୍ତମାନେ ଫେରାର ଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment