ରାୟଗଡ଼ା ଜିଲ୍ଲାର ସିକରପାଇ ବାଲିଯାତ୍ରାରେ ବଚସାକୁ କେନ୍ଦ୍ର କରି ଛୁରାମାଡ଼, ଜଣେ ମୃତ ଓ ଜଣେ ଗୁରୁତର ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ବାଲିଯାତ୍ରାରେ ଦୁଇ ଯୁବକଙ୍କ ମଧ୍ୟରେ ବଚସାକୁ କେନ୍ଦ୍ର କରି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ଛୁରାମାଡ଼ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ବିବରଣୀ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment