BREAKING
Loading...
:

ମୋଦିଙ୍କ ସମ୍ବୋଧନ*

 *ମୋଦିଙ୍କ ସମ୍ବୋଧନ*



RBI ଡାଟା ସେଣ୍ଟର ଉଦ୍‌ଘାଟନ ପରେ ମୋଦିଙ୍କ ସମ୍ବୋଧନ ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୁବନେଶ୍ବରରେ ନୂଆ ସଂସ୍ଥା ଖୋଲିଲା ।

ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ଭେଟିଦେଲା ।

ଦେଶର ବିକାଶରେ ଛୋଟ ସହରର ବଡ଼ ଭୂମିକା ରହିବା ଦରକାର ।

 ଏହି ସଂସ୍ଥା ଓଡ଼ିଶାର ଓ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ ।

ଗରୀବଙ୍କ ନାଁ ନେଇ ଦୀର୍ଘ ସମୟ ଧରି ପ୍ରଚାର ଚାଲିଲା ।

୬୦/୭୦ ଦଶକରେ ଗରୀବଙ୍କ ନାଁ ନେଇ ବ୍ୟାଙ୍କ ଜାତୀୟକରଣ ହେଲା ।

ମାତ୍ର ୨୦୧୪ ପର୍ଯ୍ୟନ୍ତ ଗରୀବ ଲୋକେ ପ୍ରକୃତ ସେବାରୁ ବଞ୍ଚିତ ଥିଲେ ।

ଗରୀବଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟର ଦରକାର ପଡ଼ୁଥିଲା ।

ମାତ୍ର ଆଜି ଡିଜିଟାଲ ବ୍ୟାଙ୍କିଂ ଘରେ ଘରେ ପହଞ୍ଚିଛି ।


*ଓଡ଼ିଶାରଯୁବପିଢ଼ିଙ୍କପାଇଁନୂଆସମ୍ଭାବନା: ମୋଦି* 


ଅଭିଭାଷଣରେ ପୂର୍ବ କଂଗ୍ରେସ ସରକାରକୁ ସିଧା ନିଶାନା କଲେ ।

ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କାଏ ଦେଲେ ଲୋକେ ୧୫ ପଇସା ପାଉଛନ୍ତି ।

 ଆଜି ଡିବିଟି ଜରିଆରେ ପୂରା ୧ ଟଙ୍କା ଲୋକଙ୍କ ପାଖକୁ ଯାଉଛି ।

ଆଜି ଅଟଳ ପେନସନ ଜରିଆରେ ଦେଶରେ ୯ କୋଟି ଉପକୃତ ।

ଆଉ ଓଡ଼ିଶାରେ ୩୮ ଲକ୍ଷ ଲୋକ ଅଟକ ପେନସନ୍‌ ଯୋଜନାରେ ଉପକୃତ ।

ମାତ୍ର ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳୁଛି ।

ଆଉ ଆଜିକା ଦିନରେ ଏ ବାବଦରେ ୨୫ ହଜାର କୋଟି ଦିଆ ସରିଲାଣି ।

ବ୍ୟାଙ୍କିଂ ସେଣ୍ଟର ସୁରକ୍ଷିତ ରଖିବା ପାଇଁ ମଜଭୁତ ଡାଟା ସେଣ୍ଟର ଦରକାର ।

ଆଜିକାଲି ଆଉ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ କରାଯାଉ ନାହିଁ ।

କୌଣସି ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ଆକ୍ରମଣ ହେଉଛି ।

ତେଣୁ ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଜରୁରୀ ହୋଇପଡ଼ିଛି ।

ଓଡ଼ିଶାରେ ମାଇଣ୍ଡ୍‌ସରୁ ମାଇକ୍ରୋ ଚିପ୍ସ ପ୍ରତିଷ୍ଠା ସମ୍ଭବ ହୋଇପାରିଛି ।

ଓଡ଼ିଶାରେ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ନୂଆ ପୁଞ୍ଜି ଆସିବାକୁ ଯାଉଛି ।

ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆଗକୁ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS