BREAKING
Loading...
:

୭ ବର୍ଷ ପରେ ଖୋଲିଲା ବନ୍ଦ ଥିବା ବିଦ୍ୟାଳୟ




 ୭ ବର୍ଷ ପରେ ଖୋଲିଲା ବନ୍ଦ ଥିବା ବିଦ୍ୟାଳୟ। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଙ୍କୁ କୃତଂଜ୍ଞତା ଜଣାଇଲେ ଗ୍ରାମବାସୀ। ଛାତ୍ରଛାତ୍ରୀ ମନରେ ଖୁସିର ଲହରୀ। 



ବାଙ୍କୀ -  ଡ଼ମପଡା ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ବାଆଁରା ପଞ୍ଚାୟତ ସ୍ଥିତ  କୁଅମଡା  ଗ୍ରାମରେ ୧୯୫୭ ମସିହାରେ  ସ୍ଥାପିତ ହୋଇଥିଲା। ଉକ୍ତ  ପ୍ରାଥମିକ ବିଦ୍ୟାଳୟ ରେ  ଛାତ୍ରଛାତ୍ରୀ ଙ୍କ ପରିସଂଖ୍ୟାନ କମ ଥିବା କାରଣରୁ ବିଦ୍ୟାଳୟଟି ୨୦୧୯ ମସିହାରୁ ସରକାରୀ ନିୟମ ଅନୁଯାୟୀ  ବନ୍ଦ ହୋଇଥିଲା। କୁଅମଡା  ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ  ଏକ କିଲୋମିଟର ଦୂର  ବାଆଁରା ସ୍ଥିତି ବିଦ୍ୟାଳୟକୁ ଯାଉଥିଲେ। ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ରହୁଥିବା ଲକ୍ଷ କରି  ଗ୍ରାମର ଅବିଭାବକ, ଯୁବକ ଗୋଷ୍ଠୀ ଓ ଗ୍ରାମର ମୁରବି ମାନେ ଗ୍ରାମରେ ସ୍ୱତନ୍ତ୍ର ବୈଠକ ରେ ଆଲୋଚନା କରି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଛାତ୍ରଛାତ୍ରୀ ଙ୍କ ସମସ୍ୟା ଓ ପାଠ ପଢ଼ାରେ ବ୍ୟାଘାତ ହେଉଥିବା ନେଇ  ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ କୌଣସି ସୁଫଳ ମିଳିନଥିଲା। ବାଙ୍କୀର ବିଭିନ୍ନ ଦଳୀୟ  ରାଜନେତାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳପ୍ରଦ ନହେବାରୁ  ପରିଶେଷରେ  ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନିକଟରେ ପହଂଚି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଓ ଭବିଷ୍ୟତ ସମ୍ପର୍କ ରେ ଜଣାଇ ଥିଲେ। ଦେଶର ଭବିଷ୍ୟତ ମାନଙ୍କ ଜୀବନ ଅନ୍ଧକାର ଆଡକୁ ଗତି କରୁଥିବା ଅନୁମାନ କରି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପାଢ଼ୀ ଉକ୍ତ ବିଦ୍ୟାଳୟଟି କିପରି ସରକାରୀ ନିୟମରେ ଖୋଲାଯାଇପାରିବ ଆପ୍ରାଣା ଉଦ୍ୟମ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଛାତ୍ରଛାତ୍ରୀ ଏକତ୍ରିତ କରିବା ଉଦ୍ୟମ ଏବଂ  ବ୍ଲକ ଓ ଜିଲ୍ଲା  ଶିକ୍ଷା ଅଧିକାରୀଙ୍କ ସହଯୋଗରେ ଉକ୍ତ ବିଦ୍ୟାଳୟ  ଟି ଖୋଲାଯାଇଥିଲା। ଫଳରେ ଗ୍ରାମବାସୀ ଓ ଯୁବକ ଗୋଷ୍ଠୀ ଏବଂ ଅବିଭାବକ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ଖୁସିର ଅବସରରେ ଉକ୍ତ ବିଦ୍ୟାଳୟ କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କୁ ଆମନ୍ତ୍ରିତ କରି ପୁଷଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ଭର୍ଦ୍ଧିତ କରି ବିଦ୍ୟାଳୟ କୁ ପାଛୋଟି ନେଇଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପାଢ଼ୀ ଏବଂ ଡ଼ମପଡା ମଣ୍ଡଳ ସଭାପତି ଦାଶରଥି ପଢିଆରି   ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀଙ୍କ ସହ ବିଦ୍ୟାଳୟ ସମ୍ପର୍କ ରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ। ଛାତ୍ରଛାତ୍ରି ଙ୍କ ଭବିଷ୍ୟତ କୁ ଲକ୍ଷ କରି  ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଯେଉଁ ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ପ୍ରଶଂସା କରିବା ସହିତ ସନ୍ତୋଷ କୁମାର ବାରିକ, ଜୟନ୍ତ କୁମାର ରାଉତ, ଡ଼ମ୍ବରୁଧର ରାଉତ, ବିଶ୍ୱନାଥ ସାହୁ, ସୁଶାନ୍ତ କୁମାର ସାହୁ, ଦୁର୍ଗାଚରଣ ଦାସ, ଧର୍ଯ୍ୟଧର ରାଉତ ଙ୍କ ସମେତ   ଗ୍ରାମବାସୀଙ୍କ ପକ୍ଷରୁ ବିଶେଷ କୃତଂଜ୍ଞତା ଜଣାଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS