BREAKING
Loading...
:

ପୁରୀରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୪ଜଣ ହେଲେ ଗିରଫ୍

 



ପୁରୀରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୪ଜଣ ହେଲେ ଗିରଫ୍।

ବିରିୟାନିରୁ ଚୁଟି ବାହାରିବାକୁ ନେଇ ଅଭିଯୋଗ ପରେ କରିଥିଲେ ମରଣାନ୍ତକ ଆକ୍ରମଣ।

ପୁରୀ,


           କର୍ଣ୍ଣାଟକରୁ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ରେଷ୍ଟୁରାଣ୍ଟରେ ଆକ୍ରମଣ। ବିରିୟାନିରୁ ଚୁଟି ବାହାରିବାକୁ ନେଇ ଅଭିଯୋଗ କରିବାରୁ ପର୍ଯ୍ୟଟକଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ।

          ସୂଚନା ଅନୁସାରେ, କର୍ଣ୍ଣାଟକରୁ ଆସିଥିବା ପର୍ଯ୍ୟଟକମାନେ ଏକ ରେଷ୍ଟୁରାଣ୍ଟରେ ବିରିୟାନି ଅର୍ଡର କରିଥିଲେ। ହେଲେ ଖାଦ୍ୟରୁ ଚୁଟି ବାହାରିବାରୁ ସେମାନେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ।

ଏହାପରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।    

          ଅଭିଯୁକ୍ତମାନେ ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରିବା ସହ ପ୍ଲେଟ୍ ଏବଂ ଭଙ୍ଗା ପ୍ଲେଟ୍ ଖଣ୍ଡରେ ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏଥିସହ ମୁଠା ଓ ଗୋଇଠା ମାରିବାରୁ ପର୍ଯ୍ୟଟକମାନେ ରକ୍ତାକ୍ତ ଆହତ ହୋଇଥିଲେ।ଘଟଣାକୁ ନେଇ ସମୁଦ୍ରକୂଳ ଥାନା ପୋଲିସ ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

         ତେବେ ବେଳକୁ ବେଳ ପୁରୀରେ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଥିବା ବେଳେ ହୋଟେଲ ମାନଙ୍କରେ ଗ୍ରାହକ ମାନଙ୍କୁ ଲୁଟ୍ କରିବା ସହିତ ନିମ୍ନ ମାନ ଖାଦ୍ୟ ଦିଆଯିବା ଘଟଣା ଦେଖିବାକୁ ମିଳୁଛି। ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS