BREAKING
Loading...
:

ତ୍ରିଶିକାଙ୍କ ଜୀବନ ପାଇଁ ଘର ଘର ବୁଲି ସହାୟତା ମାଗୁଛନ୍ତି ୟୁଟ୍ୟୁବର ।

 ତ୍ରିଶିକାଙ୍କ ଜୀବନ ପାଇଁ ଘର ଘର ବୁଲି ସହାୟତା ମାଗୁଛନ୍ତି ୟୁଟ୍ୟୁବର ।



ବେଲଗୁଣ୍ଠା, -: ଜୀବନ ସହ ସଂଘର୍ଷ କରୁଥିବା ଯାଜପୁର ଜିଲ୍ଲାର ୧୬ ମାସର ଶିଶୁକନ୍ୟା ତ୍ରିଶିକାଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବେଲଗୁଣ୍ଠା ବ୍ଲକ୍‌ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରୀ ଗ୍ରାମର ୟୁଟ୍ୟୁବ୍‌ କ୍ରିଏଟର୍‌ ଅମିତ କୁମାର ସ୍ବାଇଁ। ତ୍ରିଶିକା SMA Type-2 ନାମକ ଏକ ଗୁରୁତର ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ଜୀବନ ରକ୍ଷା ପାଇଁ ପ୍ରାୟ ୧୬ କୋଟି ଟଙ୍କା ମୂଲ୍ୟର ଇଞ୍ଜେକ୍ସନ୍‌ ଆବଶ୍ୟକ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଚିକିତ୍ସା ପାଇଁ ଆଉ ପ୍ରାୟ ପାଞ୍ଚ ମାସ ସମୟ ଥିବାରୁ ଅର୍ଥ ସଂଗ୍ରହ ନିମନ୍ତେ ଅମିତ ଆଗେଇ ଆସିଛନ୍ତି।ତ୍ରିଶିକାଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ବିପୁଳ ଅର୍ଥରାଶି ସଂଗ୍ରହ ନିମନ୍ତେ ଅମିତ ନିଜ ସହଯୋଗୀମାନଙ୍କ ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବା ସହ ସହାୟତା ମାଗୁଛନ୍ତି। ଇତିମଧ୍ୟରେ କ୍ଷେତ୍ରିୟବର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ, ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଗୋବରା ବଜାରରେ ଲୋକଙ୍କୁ ତ୍ରିଶିକାଙ୍କ ଚିକିତ୍ସା ସମ୍ପର୍କରେ ଅବଗତ କରାଇ ସହାୟତା ନିବେଦନ କରିଛନ୍ତି। ଆସନ୍ତା ଦିନରେ ଭଞ୍ଜନଗର ବଜାର ସମେତ ବିଭିନ୍ନ ଗାଁରେ ଘର ଘର ବୁଲି ତ୍ରିଶିକାଙ୍କ ପାଇଁ ସହାୟତା ସଂଗ୍ରହ କରିବାକୁ ଅମିତ ଯୋଜନା କରିଛନ୍ତି। ଏହି ମାନବୀୟ ପ୍ରୟାସରେ ଶିବରାମ ବିଷୋୟୀ, ଅନୀଲ କୁମାର ବିଷୋୟୀ, ରାହୁଲ ପରିଚ୍ଛା, ଶୁଭମ୍‌ ବିଷୋୟୀ, ଆଶିଷ ସ୍ୱାଇଁ, ଶିବରାମ ଗୌଡ଼, ଅନୀଲ ପ୍ରଧାନ ଓ ରୁପେଶ ପ୍ରଧାନ ପ୍ରମୁଖ ସହଯୋଗ କରୁଛନ୍ତି। ତ୍ରିଶିକାଙ୍କ ଜୀବନ ରକ୍ଷା ପାଇଁ ସମାଜର ସମର୍ଥ ଲୋକ, ବିଭିନ୍ନ ସଂଗଠନ ଓ ଜନସାଧାରଣ ସାହାଯ୍ୟର ହାତ ବଢ଼ାଇବାକୁ ଅମିତ ନିବେଦନ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS