BREAKING
Loading...
:

କେବେ ବଦଳିବ ନରସିଂହପୁର ବ୍ଲକର ସର୍ବପୁରାତନ ହାଟର ଅବସ୍ଥା ?

 



କେବେ ବଦଳିବ ନରସିଂହପୁର ବ୍ଲକର ସର୍ବପୁରାତନ ହାଟର ଅବସ୍ଥା?

ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି।

ହୀନସ୍ତା ହେଉଛନ୍ତି ଗ୍ରାହକ ଓ ବ୍ୟବସାୟୀ।

 ନରସିଂହପୁର,


       ନରସିଂହପୁର ବ୍ଲକର ସର୍ବପୁରାତନ ହାଟ ଭାବେ ପରିଚିତ ନରସିଂହପୁର ବିଜ୍ଞାପିତ ଅଞ୍ଚଳ ହାଟର ଅବସ୍ଥା ଏବେ ଦୟନୀୟ। ହାଟର ବିଭିନ୍ନ ସ୍ଥାନରେ ରାସ୍ତା ଖାଲଖମାରେ ଭରି ରହିଥିବା ବେଳେ ସାମାନ୍ୟ ବର୍ଷା ହେଲେ ପରିସ୍ଥିତି ଆହୁରି ଦୁର୍ବିଷହ ହୋଇପଡୁଛି।

ହାଟକୁ ଆସୁଥିବା ଗ୍ରାହକ ଓ ବ୍ୟବସାୟୀମାନେ ଯାତାୟାତ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାଦୁଅ ଓ ଅସମତଳ ରାସ୍ତା ଯୋଗୁଁ ହାଟରେ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି।

ହାଟର ଏହି ସମସ୍ୟା ନେଇ ସ୍ଥାନୀୟ ଲୋକେ ଓ ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାଟି ଗାଣ୍ଡୁଏ ପକାଇବା ଭଳି ସାମାନ୍ୟ ସୁଧାରମୂଳକ ପଦକ୍ଷେପ ମଧ୍ୟ ନିଆଯାଇନାହିଁ ବୋଲି ଅଭିଯୋଗ ହେଉଛି।

ସର୍ବପୁରାତନ ଏହି ହାଟର ଏଭଳି ଅବ୍ୟବସ୍ଥା କେବେ ଦୂର ହେବ ଏବଂ ପ୍ରଶାସନ କେବେ ଏହାର ସ୍ଥାୟୀ ସମାଧାନ କରିବ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ହାଟର ରାସ୍ତା ଓ ପରିବେଶର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଗ୍ରାହକ ଓ ବ୍ୟବସାୟୀମାନେ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS