ସ୍ଲଗ୍: ଏକ ପେଡ୍ ମା’ କେ ନାମ ୩.୦
ବାଙ୍କୀ (ମାନସ ରଞ୍ଜନ ସାହୁ)
ପ୍ରକୃତି ପାଇଁ ଆଉ ଏକ ପଦକ୍ଷେପ। ବାଙ୍କୀ-ଡମପଡ଼ା ବ୍ଲକ ପକ୍ଷରୁ କୁସୁପଙ୍ଗିସ୍ଥିତ ଅନାହତ ଗୁମ୍ଫା ପରିସରରେ ଅନୁଷ୍ଠିତ ହୋଇଛି ‘ଏକ ପେଡ୍ ମା’ କେ ନାମ ୩.୦’ କାର୍ଯ୍ୟକ୍ରମ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ, ଉପଜିଲ୍ଲାପାଳ ମୋନୋସ୍ଵିନୀ ଦାସ, ବିଡିଓ ଅଂଶୁମାନ ଦାସଙ୍କ ସମେତ ବହୁ ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ।
ଚାରା ଲଗାଇବା ସହ ତାହାର ଯତ୍ନ ନେବା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପୃଥିବୀ ଗଢ଼ିବାକୁ ଦିଆଯାଇଛି ପରିବେଶ ସୁରକ୍ଷାର ବାର୍ତ୍ତା।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق