BREAKING
Loading...
:

ବନ୍ଧପାରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ସରକାରୀ ତାଲିକା ଅନୁଯାୟୀ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ଘଟଣା.




 ବନ୍ଧପାରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ସରକାରୀ ତାଲିକା ଅନୁଯାୟୀ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ଘଟଣା.

 ବିଇଓଙ୍କ ତଦନ୍ତ,ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ.


• ପୁଣି ଏସଏମସି ପକ୍ଷରୁ ସମୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ଦାବୀ ନେଇଁ ବିଇଓଙ୍କୁ ଲିଖିତ ଅଭିଯୋଗ. ।


ଲାଞ୍ଜିଗଡ଼,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ସରକାରୀ ତାଲିକା ଅନୁଯାୟୀ ଖାଦ୍ୟ ଦିଆଯାଉନ'ଥିବା ଓ ଫାଟକ ନିର୍ମାଣକୁ ନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ହୋଇଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ସୂଚନା ଅନୁଯାୟୀ ସ୍କୁଲ ପରିଚାଳନା କମିଟିର ଲିଖିତ ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶନିବାର ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ କେଜିବିଭିର ଜେଣ୍ଡର କୋଡିନେଟର ବନ୍ଧପାରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ।ସେ ହଷ୍ଟେଲର ରୋଷେଇ ଘର,ଖାଦ୍ୟ ତାଲିକା ଏବଂ ପୁରୁଣା ଓ ନୂଆ ଫାଟକ ନିର୍ମାଣ ସ୍ଥଳ ବୁଲି ଦେଖିଥିଲେ। ଏଥିସହ ଏସ.ଏମ.ସି ସଦସ୍ୟ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ବିଇଓ ଶ୍ରୀମେହେର।ତଦନ୍ତ ସମୟରେ ଖାଦ୍ୟର ମାନ ତଥା ତାଲିକା ଅନୁଯାୟୀ ଦିଆଯାଉନ'ଥିବା ଓ ଫାଟକ ପରିବର୍ତ୍ତନ ସମ୍ପର୍କରେ ପଚରାଉଚରା କରାଯାଇଥିବାବେଲେ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପ୍ରଭାତୀ ନାଏକ ସଠିକ ଭାବେ ଉତ୍ତର ନ'ଦେଇ ବିଭିନ୍ନ ପ୍ରକାରେ କଥା ବୁଲାଇ କହିଥିବାବେଲେ ବିଇଓ ରାଗିଯାଇଥିଲେ ବୋଲି ଏସଏମସି କମିଟି ପକ୍ଷରୁ ସୂଚନା ମିଳିଛି।ଏନେଇ ତଦନ୍ତ ପରେ ଏସଏମସି ଅସନ୍ତୋଷ ମନେ କରି ଉକ୍ତ ଶିକ୍ଷୟିତ୍ରୀଙ୍କୁ ବଦଳି କରିବାକୁ ପୁଣି ତୁରନ୍ତ ଏକ ଦାବୀ ପତ୍ର ବିଇଓ ଙ୍କୁ ଦିଆଯାଇଥିବା ଜଣାପଡ଼ିଛି।ତେବେ ପ୍ରାଥମିକ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ବିଇଓ ଶ୍ରୀ ମେହେର ସୂଚନା ଦେଇଥିବବେଳେ ମାତ୍ର ସାତ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।ଅନ୍ୟପକ୍ଷରେ ଏସଏମସି ପକ୍ଷରୁ ତଦନ୍ତକୁ ସ୍ୱାଗତ କରାଯାଇଛି ଓ ଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ବଦଳି କରିବାକୁ ଦାବୀ କରିଛି ସ୍କୁଲ ପରିଚାଳନା କମିଟି।ତେବେ ବିଇଓ ଶ୍ରୀ ମେହେର ସାତ ଦିନ ସମୟ ମାଗିଥିବାବେଲେ ସାତ ଦିନ ପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଅପେକ୍ଷାରେ ଏସଏମସି କମିଟି। ଯଦି ଏହାର ଉଚିତ ପଦକ୍ଷେପ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ'ଯାଏ ତାହାହେଲେ ଉପରିସ୍ତ ଅଧିକାରୀ ତଥା ଜିଲ୍ଲାପାଳ,ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ତ ହେବା ପାଇଁ ମଧ୍ୟ ପଛେଇବୁ ନାହିଁ ବୋଲି ଏସଏମସି କମିଟି ପକ୍ଷରୁ ମତ ପ୍ରକାଶ ପାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS