BREAKING
Loading...
:

ସଫେଇ କର୍ମଚାରୀ ସଂଘ ପକ୍ଷରୁ ସମାଜସେବୀଙ୍କୁ ସମ୍ବର୍ଦ୍ଧନା




 ସଫେଇ କର୍ମଚାରୀ ସଂଘ ପକ୍ଷରୁ ସମାଜସେବୀଙ୍କୁ ସମ୍ବର୍ଦ୍ଧନା ।

କେନ୍ଦ୍ରପଡ଼ା, -: 

କେନ୍ଦ୍ରାପଡ଼ା ପୌରପାଳିକା ମା’ ମଙ୍ଗଳା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସମାଜସେବୀ ରଞ୍ଜିତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ଚେୟାରମ୍ୟାନ ମାନସ ସେଠୀ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ସାହୁ କହିଥିଲେ ପୌରାଞ୍ଚଳରେ ବାସ କରୁଥିବା ସଫେଇ କର୍ମଚାରୀମାନଙ୍କ ଦ୍ୱାରା ସହର ସଫା ସୁତୁରା ରହୁଛି । ତେଣୁ ସରକାର ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇ ସେମାନଙ୍କୁ ଘର ଯୋଗାଇ ଦିଅନ୍ତୁ । ପୂର୍ବରୁ ସେମାନଙ୍କ ରହିବା ପାଇଁ ଯେଉଁ ଆପାର୍ଟମେଣ୍ଟ ପ୍ରସ୍ତାବ ସରକାର ଦେଇଥିଲେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ । ଫଳରେ ରାତିଦିନ ପରିଶ୍ରମ କରୁଥିବା ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ସମାଜରେ ଭଲରେ ରହିପାରିବେ । ଏହି ଅବସରରେ ସଂଘ ଚେୟାରମ୍ୟାନ ଶ୍ରୀ ସେଠୀ କହିଲେ ପୌରପାଳିକା କର୍ମଚାରୀମାନେ ବହୁ ଦୟନୀୟ ଅବସ୍ଥାରେ ସୁଇପର କଲୋନୀରେ ବସବାସ କରୁଛନ୍ତି । ଯେଉଁ କର୍ମଚାରୀମାନେ ସହରକୁ ସ୍ୱଚ୍ଛ ରଖୁଛନ୍ତି ସେମାନେ ଅସ୍ୱଚ୍ଛ ପରିବେଶରେ ବାସ କରୁଛନ୍ତି । ତେଣୁ ସରକାର ସେମାନଙ୍କ କଥା ବିଚାର କରିବା ଉଚିତ ବୋଲି ସେ କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ନାୟକ, ପୂର୍ଣ୍ଣ ନାୟକ, ବାବୁ ନାୟକ, ସତୁ ନାୟକ, ସନ୍ଦୀପ ନାୟକ, ଚିଣ୍ଟୁ ନାୟକ, ଆନନ୍ଦ ନାୟକ, ବଣ୍ଟି ନାୟକ, ରଜ ନାୟକ, ଅନାଦି ନାୟକ, ବାବନ ନାୟକ ପ୍ରମୁଖ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS