BREAKING
Loading...
:

ଥାନାରେ ପହଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମାମଲା।



 



ଭୁବନେସ୍ଵର, ଥାନାରେ ପହଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମାମଲା। ସହିଦନଗର ଥାନାରେ ଏତଲା ଦେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ପ୍ରଶ୍ନପତ୍ର ଲିକର ସତ୍ୟାସତ୍ୟ କେତେ ? ପ୍ରଶ୍ନପତ୍ର ଲିକ୍ ହୋଇଛି କି ନାହିଁ ? ତାହାର ତଦନ୍ତ ପାଇଁ ଥାନାରେ ଲିଖିତ ଏତଲା ଦେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ। ପ୍ରଶ୍ନପତ୍ର ଲିକ୍ ଘଟଣା ବିଷୟରେ କୌଣସି ସୂଚନା ବିଶ୍ୱବିଦ୍ୟାଳୟ ପାଖରେ ନାହିଁ।* 



*ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଏବଂ ସୋସିଆଲ ମିଡିଆରୁ ସୂଚନା ପାଇଥିବା କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଅଭିଯୋଗ ଅନୁଯାୟୀ, ବାଣିଜ୍ୟ ବିଭାଗର ପ୍ରଶ୍ନପତ୍ର ଲିକ୍ ହେଇଥିଲା। ତେବେ ଲିକ୍ କେମିତି ହେଲା ? କିଏ କଲା ? ଲିକର ଉତ୍ସ କ’ଣ ? ଏସବୁର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS