ସଦର ବ୍ଲକ କାର୍ଯ୍ୟାଳୟଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ହୋଇଥିବା ଦୁର୍ବ୍ୟବହାର ପ୍ରତିବାଦରେ ଗଣ ଧାରଣା। ଢେଙ୍କାନାଳ,
ଢେଙ୍କାନାଳ ସଦର ବ୍ଲକ କାର୍ଯ୍ୟାଳୟଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ହୋଇଥିବା ଦୁର୍ବ୍ଯବହାର ପ୍ରତିବାଦରେ ଗଣ ଧାରଣା ଦିଆଯାଇଛି। ସୂଚନା ଅନୁଯାୟୀ ଗତ ୩୧ ତାରିଖ ଦିନ କାଇମାଟି ଗ୍ରାମ ପଞ୍ଚାୟତର ଗହମଖୁଣ୍ଟି ଗ୍ରାମରେ ଆବାସକୁ ନେଇ ହୋଇଥିବା ଅଭିଯୋଗକୁ ଭିତ୍ତିକରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ସହଯୋଗୀମାନେ ଯାଇଥିଲେ। ସେଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ପ୍ରଥମେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ହେଲେ ତାହାର ସୁଫଳ ନ ପାଇବାରୁ ସଦର ବ୍ଲକ କାର୍ଯ୍ୟାଳୟଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେଇଛନ୍ତି। ସରକାରୀ କର୍ମଚାରୀମାନଙ୍କୁ ସମ୍ମାନର ସୁରକ୍ଷା,କର୍ମକ୍ଷେତ୍ରରେ ରାଜନୈତିକ ଚାପର ଦୂରୀକରଣ,ମିଥ୍ୟା ଆରୋପ ବିରୋଧରେ ସଠିକ ତଦନ୍ତ ଏବଂ ମହିଳା ପିଓଙ୍କୁ ଅସମ୍ମାନ କରିଥିବା ଦଳୀୟ କର୍ମୀକୁ କ୍ଷମା ପ୍ରାର୍ଥନା ମୁଖ୍ୟ ଦାବୀ ନେଇ ଏହି ଧାରଣା ଚାଲିଥିବା ଜଣାପଡ଼ିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق