ବେନଗାଁ ଓ ବିଜେପୁର ସ୍କୁଲରେ ବିଜେପୁର ପୋଲିସର ନିଶାମୁକ୍ତ ଅଭିଯାନ ।
ଲାଞ୍ଜିଗଡ ,ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ଦୂରେଇ ରଖିବା ସହ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଲକ୍ଷ୍ୟରେ ବିଜେପୁର ପୋଲିସ ପକ୍ଷରୁ ବେନଗାଁ ଓ ବିଜେପୁର ବିଦ୍ୟାଳୟ ପରିସରରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରିଥିଲେ। ନିଶା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ପରିବାର ଓ ସାମାଜିକ ଜୀବନ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ବୁଝାଇବା ସହ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ ଦିଆଯାଇଥିଲା। ପୋଲିସ ପକ୍ଷରୁ ତୁଳସିରାମ ଶବର, ଶ୍ୟାମ କୁଳିଶିକା ଓ ଅନ୍ୟା ନ୍ୟ ସହଯୋଗୀ ଛାତ୍ରଛାତ୍ରୀଙ୍କୁ ନିଜେ ନିଶାମୁକ୍ତ ରହିବା ସହ ନିଜ ପରିବାର, ବନ୍ଧୁବାନ୍ଧବ ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ନିଶାର କୁପ୍ରଭାବ ବିଷୟରେ ସଚେତନ କରିବାକୁ କୁହାଯାଇଥିଲା।ଉକ୍ତ ବିଦ୍ୟାଳୟର କାନୁଚରଣ ବେହେରା,ରମେଶ ଚନ୍ଦ୍ର କର୍ଷିକା,କାଡ୍ରାକା ବିମ୍ବାଧର,କୁମାର ପରିଡା,ହେମନ୍ତ କୁମାର ସାହୁ, ଲକ୍ଷପତି ଶବର, ରାସବିହାରି ପରିଛା, ଅନନ୍ତ ସାନାଳୁ, ବିବେକ ବେହାର,ବିଷ୍ଣୁ ମିନିଏକା,ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ। ବିଜେପୁରଥାନ ପୋଲିସର ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବାରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق