ଜାତୀୟ ରାଜପଥରୁ AI କ୍ୟାମେରା ବୋର୍ଡ ଟାଣିନେଲା ହାଇୱା।
ପରଜଙ୍ଗ, -: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନରେ ଥିବା ପିତିରି ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର କୁଆଳୁ ପଞ୍ଚାୟତ ପରମହଂସପୁର ଛକଠାରୁ ଅଳ୍ପଦୂରରେ ଏକ ହାଇୱା ଧକ୍କାରେ ଜାତୀୟ ରାଜପଥ ଉପରେ ଲାଗିଥିବା ସନ୍ଧାନୀ AI କ୍ୟାମେରା ବୋର୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,ରବିବାର ଏକ ହାଇୱା ଟ୍ରକ୍ ଡାଲା ଉପରକୁ ଉଠାଇ ନେଉଥିବାବେଳେ ପରମହଂସପୁର ଛକଠାରୁ ଅଳ୍ପ ଦୂରରେ ଜାତୀୟ ରାଜପଥ ଉପରେ ଲାଗିଥିବା କ୍ୟାମେରା ବୋର୍ଡରେ ଲାଗିଯାଇଥିଲା। ଫଳରେ ବୋର୍ଡଟି ଭାଙ୍ଗି ହାଇୱା ସହ ଟାଣି ହୋଇ ପ୍ରାୟ ୧୦୦ ମିଟର ଦୂରରେ ପଡ଼ିଥିଲା। ଘଟଣା ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲେ ହେଁ ଦୀର୍ଘ ସମୟଧରି ଭଙ୍ଗା ଷ୍ଟାଣ୍ଡଟି ରାସ୍ତା ଉପରେ ପଡ଼ି ରହିଥିଲା। ଫଳରେ ରାଜପଥର ଉଭୟପାର୍ଶ୍ଵରେ ବହୁ ଗାଡ଼ି ଅଟକି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟଲୋକେ ହାଇୱାଟିକୁ ଅଟକାଇ ରଖିଥିଲେ। ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡ଼ି ଡକାଇ ରାସ୍ତାରୁ ଭଙ୍ଗା ଷ୍ଟାଣ୍ଡକୁ ହଟାଇଥିଲାI ପରେ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق