ପ୍ରଶାସନ ନାକ ତଳେ ଜୁଆ ଖେଳ।
ବେଳପଡ଼ା- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର।ଏଠାରେ ପ୍ରତ୍ୟେକ ବର୍ଷ ହଜାର ହଜାର ପ୍ରତ୍ୟେକ ଦିନ ଭକ୍ତଙ୍କ ସମାଗମ ହୋଇଥାଏ।ଏଠାରେ ମୁଖ୍ୟ ପର୍ବ ହେଉଛି ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ଶ୍ରାବଣ ମାସରେ ବୋଲବମ ଚାଲିଥାଏ। ଏଠାରେ ଭକ୍ତଙ୍କ ଭିଡ଼ ଯେତିକି ଦେଖିବାକୁ ମିଳିଛି ତା ମଧ୍ୟରୁ ଜୁଆଖେଳ ରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି।କେତେକ ଭକ୍ତ ନିଜ ପରିବାର କୁ ଧରି ଭଗବାନ ଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି।ତା ସହ ଅନେକ ଭକ୍ତ ନିଜ ଖର୍ଚ୍ଚ କରିବା ପାଇଁ କିଛି ଟଙ୍କା ଧରିକି ଆସିଥାନ୍ତି।କିନ୍ତୁ ଏଠାରେ ଆସି ଜୁଆ ଖେଳ ରେ ସବୁଯାକ ଟଙ୍କା ଖେଳି ଖାଲି ହାତରେ ଘରକୁ ଯାଉଛନ୍ତି।ଏଠାରେ ସାଧାରଣ ରେ ପ୍ରଶ୍ନ ଉଠେ ଯେ ଏହି ଜୁଆ ଖେଳ ପାଇଁ ଏମାନଙ୍କୁ ଅନୁମତି ଦେଉଛି କିଏ। ଖପ୍ରାଖୋଲ ଖୋଲ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରା ରେ ଯାଇଛିକି ?।ନା କିଛି ଭିତିରିଆ କଥା ଅଛି।ଏହି ଜୁଆ ଖେଳ କେବେ ବନ୍ଦ ହେବ ଓ ଜୁଆରୀ କୁ କେବେ ଗିରଫ କରିବ ସ୍ଥାନୀୟ ପ୍ରଶାସନ ଦେଖିବାକୁ ବାକି ରହିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق