BREAKING
Loading...
:

ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରେସ କ୍ଳବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ।

 ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରେସ କ୍ଳବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ।







 ବେଳପଡ଼ା-ସାମ୍ବାଦିକ ମାନଙ୍କ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମ୍ବାଦିକ ମାନଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଯାହାକି ୨୦୨୦ ମସିହାରୁ ଏହି ଯୋଜନା ଆରମ୍ଭ ହୋଇଛି ଏବଂ ଏହି ଯୋଜନାରେ ଅନେକ ଗୁଡ଼ିଏ ସାମ୍ବାଦିକ ଫାଇଦା ପାଇଛନ୍ତି। କିନ୍ତୁ ବର୍ତ୍ତମାନ ସରକାର ଏହାକୁ ସର୍ବସାଧାରଣ ପାଇଁ କାମ କରୁଥିବା ଆୟୁଷ୍ମାନ ଆରୋଗ୍ୟ ଯୋଜନା ରେ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା କୁ ସାମିଲ କରାଯିବ ବୋଲି ଯୋଜନା ଚଳାଇଥିବା ଜଣାପଡିଛି।  ଏହା ହେବା ଯୋଗୁଁ ସାମ୍ବାଦିକ ମାନଙ୍କ ସ୍ବତନ୍ତ୍ର ପରିଚୟ ନଷ୍ଟ ହେବା ସହ ସ୍ବାସ୍ଥ୍ୟ ସେବା ରେ ମଧ୍ୟ ବାଧାପ୍ରାପ୍ତ ହେବ । ସେଥିପାଇଁ ସମଗ୍ର ଓଡ଼ିଶାର ସାମ୍ବାଦିକ ମାନେ ବିରୋଧ କରି ରାଜ୍ୟ ସରକାରଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା କୁ ପ୍ରଚଳିତ କରାଯାଉ ବୋଲି ଦାବି କରିଛନ୍ତି। ଏହି ପରିପ୍ରେକ୍ଷିରେ ପ୍ରେସ କ୍ଳବ୍ ପାଟଣାଗଡ଼ ପକ୍ଷରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁନୀଲ କୁମାର ମେହେର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରେସ କ୍ଳବର ସଭାପତି ଅଜିତ କୁମାର ପୁରୋହିତ, ସମ୍ପାଦକ ଭୋଜରାଜ ଦଣ୍ଡସେନା,ଉପ ସଭାପତି ପୁର୍ଣ୍ଣ ଶଶୀ ଶେଖର ରାଓ,ଉପ ସଭାପତି ଶ୍ରୀଯୁକ୍ତ ଜପିନ୍ଦ୍ର ସୁନା, ବରିଷ୍ଠ ସାମ୍ବାଦିକ ବିଭୁତି ଭୁଷଣ ବଡୁ,ଅଭିନାଶ ବିଶ୍ବାଳ, ଶତୃଘ୍ନ ନାଏକ, ଜଗନ୍ନାଥ ଧରୁଆ, ସମ୍ପଦ ଯାଦବ, ସନ୍ତୋଷ ପୁଟେଲ,ରୂପେନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS