BREAKING
Loading...
:

ହାତୀ ନେଲା ନିରୀହ ଲୋକଙ୍କ ଜୀବନ

 ହାତୀ ନେଲା ନିରୀହ ଲୋକଙ୍କ ଜୀବନ



ବେଳପଡ଼ା- କିଛି ବର୍ଷ ହେବ ଜଙ୍ଗଲ କୁ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀପଲ। କେତେକ ଗାଁ ମାନଙ୍କୁ ଚାଷ ନଷ୍ଟ କରୁଥିବା ବେଳେ ଆଉ କେତେକ ଗାଁ ରେ ଘରଦ୍ୱାର ଭାଙ୍ଗିଚୁର ମାର କରିଦେଉଛି ତ ଆଉ କେତେକ ଗାଁ ରେ ଲୋକଙ୍କ ଜୀବନ ନେବାରେ ପଛାଉ ନାହିଁ। ଏଭଳି ଦୁଃଖଦ ଭରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ନୁନହାଡ଼ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଆଜି ସକାଳୁ ନୁନ ହାଡ଼ ଗାଁ ର ଧରମୁ ନାଏକ (୬୫) ନିକଟରେ ଥିବା ବିଲ କୁ ସ୍ଵଚ ହେବାପାଇଁ ଯାଇଥିଲେ। କିନ୍ତୁ କିଏ ଜାଣିଥିଲା ସେଠାରେ ତାଙ୍କୁ ଜମ ଯଗିଛି ବୋଲି।ହଠାତ ହାତୀ ଆସି ଧରମୁ ନାଏକ ଙ୍କୁ ହାତୀ ଆସି ଉଠାଇ ଗୋଡ଼ରେ ଚକଟି ଦେଇଛି। ଖବର ପାଇ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଓ ତାକୁ ବେଳପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।ମୃତ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।ଓ ଅଞ୍ଚଳରେ ରେ ଶୋକାକୁଳ ଖେଳିଯାଇଛି। ଏବଂ ଲୋକେ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି।ଏଠାରେ ପ୍ରଶ୍ନ ଉଠେ ଯେ ହାତୀ ଘଉଡ଼ାଇ ବା ପାଇଁ ବନ ଭିବାଗ ଶୋଇ ପଡିଛି ନା ନିଜ ଜୀବନକୁ ବଞ୍ଚାଇବା ପାଇଁ ଠିକ କାମ ରେ ଅବହେଳା କରୁଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS