BREAKING
Loading...
:

କେରଳରୁ ଆସାମ ଯାଉଥିବା ଟ୍ରେନ୍‌ରେ ୧୧ ବର୍ଷୀୟ ଶିଶୁର ମୃତ୍ୟୁ

 କେରଳରୁ ଆସାମ ଯାଉଥିବା ଟ୍ରେନ୍‌ରେ ୧୧ ବର୍ଷୀୟ ଶିଶୁର ମୃତ୍ୟୁ



ବ୍ରହ୍ମପୁର, -:

କେରଳରୁ ଆସାମ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ରେ ଜଣେ ବ୍ୟକ୍ତି ତାଙ୍କ ୧୧ ବର୍ଷୀୟ ପୁଅଙ୍କ ସହ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ହଠାତ୍ ଶିଶୁଟିର ମୃତ୍ୟୁ ଘଟିଥିଲା। ଦୀର୍ଘ ସମୟ ଧରି ମୃତଦେହ ଟ୍ରେନ୍‌ରେ ରହିବା ପରେ ଦୁର୍ଗନ୍ଧ ବାହାରିବାରୁ ଯାତ୍ରୀମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।


ଜଣେ ଯାତ୍ରୀ ଏ ସମ୍ପର୍କରେ ପୁଲିସ ଷ୍ଟେସନ୍‌କୁ ସୂଚନା ଦେଇଥିଲେ। ଖବର ପାଇ ବ୍ରହ୍ମପୁର ନିକଟସ୍ଥ ପୁଲିସ ଷ୍ଟେସନ୍‌ର GRP ପୁଲିସ ଇନ୍‌ଚାର୍ଜ ଶ୍ରୀ ସନ୍ତୋଷ କୁମାର ସେନାପତି ତୁରନ୍ତ ପଦକ୍ଷେପ ନେଇଥିଲେ। ଟ୍ରେନ୍‌ରୁ ମୃତଦେହକୁ ଓହ୍ଲାଇ ଆଣି ପୋଷ୍ଟମର୍ଟମ୍ ପାଇଁ ବ୍ରହ୍ମପୁର MKCG ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌କୁ ପଠାଯାଇଥିଲା।


ଏହି ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ସୋସିଆଲ୍ ୱାର୍କର ମିର୍ଜା ଜାୱେଦ ବେଗ୍ ଏବଂ କିଛି ସାମ୍ବାଦିକବନ୍ଧୁମାନଙ୍କୁ ଫୋନ୍‌ ଯୋଗେ ସୂଚନା ଦିଆଯାଇଥିଲା। ସେମାନେ ତୁରନ୍ତ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଥିଲେ।


ପରେ ମିର୍ଜା ଜାୱେଦ ବେଗ୍ ଆମ ଜାମିଆ ମସଜିଦର ସଭାପତି ଫୈଜାନ୍ ଉଲ୍ଲାହ ଖାନ୍ଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲେ। ସଭାପତି ତୁରନ୍ତ ଜମାତ୍‌ର ସଦସ୍ୟମାନଙ୍କ ସହ ଆଲୋଚନା କରି ମୃତଦେହର ଶେଷକୃତ୍ୟ ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଜମାତ୍ ପକ୍ଷରୁ ବହନ କରିବାର ବ୍ୟବସ୍ଥା କରିଥିଲେ।


ଜମାତ୍‌ର ସହଯୋଗରେ ମୃତଦେହକୁ ଯଥାବିଧି ଦଫନ କରାଯାଇଥିଲା। ଏହି ସମୟରେ ଜାମିଆ ମସଜିଦର ସଭାପତି ଫୈଜାନ୍, ସେକ୍ରେଟାରୀ ଇବ୍ରାହିମ୍ ସାହେବ, ସୋସିଆଲ୍ ୱାର୍କର ମିର୍ଜା ଜାୱେଦ ବେଗ୍ ଏବଂ ଅନ୍ୟ ମ।ନେ ମଧ୍ୟ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS